Bikash Khabar
ବୁଦ୍ଧିମତ୍ତାରେ ମଣିଷ ଠାରୁ କିଛି କମରେ ନାହାନ୍ତି ଏ ପାଞ୍ଚ ପଶୁ

  ମଣିଷ ଓ ସିମ୍ପାଜୀଙ୍କ ଡ଼ିଏନଏରେ ବହୁତ ସାମଞ୍ଜସ୍ୟ ଦେଖାଯାଏ । ବୈଜ୍ଞାନିକମାନଙ୍କ ଦାବୀ ହେଲା ଯେ ଯଦି ସିମ୍ପାଜୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ ସେମାନେ ମଣିଷ ପରି କଥାବାର୍ତ୍ତା ମଧ୍ୟ କରିପାରିବେ । ଗରିଲା ଏବଂ ବବୁନ୍ ସିମ୍ପାଜୀର ଏକ ପ୍ରଜାତି ।

ହାତୀ ମୁଖ୍ୟତଃ ଦୁଇ ପ୍ରକାର । ଏସିଆନ ଏବଂ ଆଫ୍ରିକାନ ସ୍ଥଳ ଭାଗରେ ରହୁଥିବା ଜୀବଜନ୍ତୁମାନଙ୍କ ମଧ୍ୟରୁ ହାତୀର ମୁଣ୍ଡ ସବୁଠୁ ବଡ଼ । ହାତୀ ଅନେକ ପ୍ରକାରର ଶବ୍ଦ ସୃଷ୍ଟି କରିପାରେ । ହାତୀର ଅଧିକ ଭାବପ୍ରବଣତା ରହିଥାଏ । ଦୁଃଖରେ ଓ ସୁଖରେ ସେ ଭିନ୍ନ ଭିନ୍ନ ଶବ୍ଦ କରିଥାଏ । ନିଜ ଖାଦ୍ୟ ଯୋଗାଡ଼ ପାଇଁ ସେ ଅନେକ ପ୍ରକାର କୌଶଳ କରିଥାଏ ।

ଘୁଷୁରୀ ଏପରି ଏକ ଜନ୍ତୁ ଯାହାକି ସବୁଠୁ ଘୃଣ୍ୟ ଜନ୍ତୁ ମନେ କରାଯାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩ ବର୍ଷର ମଣିଷ ଶିଶୁର ମସ୍ତିଷ୍କ ପରି ଘୁଷୁରୀର ମସ୍ତିଷ୍କ ସେତେ କ୍ଷିପ୍ର ଓ ଦୃତ ଗତିରେ କାମ କରିଥାଏ । ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘୁଷୁରୀ ୫୦ରୁ ଅଧିକ କୌଶଳ ଆୟତ୍ତ କରିଛି । ଘୁଷୁରୀ ଯେଉଁଠି ବି ରହୁ ତାର ଘରର ରାସ୍ତା କେବେ ଭୁଲିନଥାଏ ।

କୁକୁର ମଣିଷର ସବୁଠୁ ବଡ଼ ସାଙ୍ଗ ହୋଇପାରିଥାଏ । ସେ ମଣିଷ ପରି କ୍ରୋଧୀ ଓ ସ୍ନେହୀ ହୋଇଥାଏ । ଯେଉଁମାନେ ତାକୁ ପ୍ରେମ ସ୍ନେହ କରନ୍ତି ସେ ସେମାନଙ୍କୁ କେବେ ବି ଭୁଲିନଥାଏ । କୁକୁର ନିଜ ମାଲିକ ପାଇଁ ଯେପରି ଜୀବନ ଦେଇଥାଏ ଶତ୍ରୁ ଜାଣିବା ପରେ ସେପରି ଜୀବନ ନେଇପାରିଥାଏ । କୁକୁରର ବୁଦ୍ଧିମତା କାରଣରୁ ତାକୁ ପ୍ରଶିକ୍ଷଣ ଦିଆଯାଇ ସେନାରେ ଭର୍ତ୍ତି କରାଯାଇଥାଏ ।

ଘୋଡ଼ା ଦୃତ ଗତିରେ ଦୌଡ଼େ । ବୈଜ୍ଞାନିକମାନେ କହନ୍ତି ଘୋଡ଼ା କେବେ ବି କିଛି ଭୁଲେ ନାହିଁ । ଘୋଡ଼ା ଭଲ ଲୋକ ଏବଂ ଖରାପ ଲୋକଙ୍କୁ ଚିହ୍ନିପାରେ । କୁହାଯାଏ ଯେ ଘୋଡ଼ା ନିକଟରେ ସୁପର ନେଚୁରାଲ ପାୱାର ଥିବା କାରଣରୁ ସେ ଆତ୍ମାର ଉପସ୍ଥିତି ସହଜରେ ଠଉରେଇ ପାରେ । 

31/05/2018

Leave a Reply

Your email address will not be published. Required fields are marked *

Comments