Bikash Khabar
ବର୍ଷା ବିତ୍ପାତ ସତ୍ୱେ ଅମରନାଥ ଯାତ୍ରୀଙ୍କୁ ସେବା ଯୋଗାଉଛନ୍ତି ଜଣେ ଡାକ୍ତର ଓ ତାଙ୍କର ଦୁଇ ଜଣ ସହକର୍ମୀ

  ଅମରନାଥ ଯାତ୍ରୀଙ୍କୁ ବର୍ଷା ଦେଇଛି ବାଧା । ବିପଦସଙ୍କୁଳ ଦୁର୍ଗମ ପାହାଡ଼ ରାସ୍ତାରେ ଭକ୍ତ ଓ ଶ୍ରଦ୍ଧାଳୁ ସାହସର ସହିତ ଆଗକୁ ବଢିବା ପାଇଁ ଅପେକ୍ଷା କରି ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୮୮୦ ମିଟର ଉଚ୍ଚ ଶୃଙ୍ଗ ଉପରେ ୬୦ଦିନ ବ୍ୟାପୀ ଏହି ଯାତ୍ରାର ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟସେବା ଦେବା ପାଇଁ ୪୦୦ରୁ ଊଦ୍ଧ୍ୱର୍ ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଯାଇଥିଲା । ମେଡ଼ିକାଲ ଟିମ୍ ଫେରି ଆସିବା ସତ୍ତେ୍ୱ ଅଟକି ଯାଇଛନ୍ତି ଡାକ୍ତର ମାଗରେ ଏବଂ ତାଙ୍କର ୩ଜଣ ସହଯୋଗୀ । ଏହି ୪ ଜଣିଆ ଟିମ୍ ଦିନକୁ ୫୦ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ ଥିବା ଜଣାଯାଇଛି । ଘାଟି ଚଢୁଥିବା ଅବସ୍ଥାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥାଏ । ଆନ୍ଧ୍ରପ୍ରଦେଶର ୭୫ ବର୍ଷ ଟି ରାଧାବନ ହୃଦଘାତ କାରଣରୁ ମୃତ୍ୟୁବରଣ କରିଥିବାବେଳେ ପୁଷ୍କର ଯୋଶୀ ନାମକ ଜଣ ବ୍ୟକ୍ତି ପଥର ଚାପି ହୋଇ ଆହତ ପ୍ରାପ୍ତ ହୋଇଛନ୍ତି ।

ଅକ୍ସିଜେନ କମ୍ କାରଣରୁ ଅନେକ ଲୋକ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗୁଛନ୍ତି । ୨୫ଟି ଅକ୍ସିଜେନ ସିଲିଣ୍ଡରଳ, ଗୋଟିଏ ଅକ୍ସିଜେନ କନସେଣ୍ଟ୍ରର, ଅକ୍ସିମେଟ୍ରିକ ମେସିନ ସହିତ ଡାକ୍ତର ମାଗରେ ଏବଂ ତାଙ୍କ ଟିମ୍ ରୋଗୀଙ୍କ ଦେଖା ଶୁଣାରେ ଲାଗିଛନ୍ତି । 

05/07/2018

Leave a Reply

Your email address will not be published. Required fields are marked *

Comments