Bikash Khabar
ହୋଟେଲ ଓ ବିବାହ ଉତ୍ସବର ବଳକା ଖାଦ୍ୟକୁ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ପହଞ୍ଚାଇ ଦେଉଛି ଏହି ସଂସ୍ଥା

 ଫିିଡ଼ିଙ୍ଗ ଇଣ୍ଡିଆ ନାମକ ଏକ ଏନଜିଓ ନିକଟରେ ଦିଲ୍ଲୀଠାରେ ଏକ ଇ-ଯାନର ଶୁଭାରମ୍ଭ କରିଛି । ଯେଉଁ ଯାନ ବଡ଼ ବଡ଼ ହୋଟେଲ ଏବଂ ରେଷ୍ଟୁରାଣ୍ଟ, ଆପାର୍ଟମେଣ୍ଟ କମ୍ପେ୍ଲକ୍ସ ଏବଂ ବିବାହ ମଣ୍ଡପ ନିକଟରେ ପହଂଚି ବଳକା ଖାଦ୍ୟ ଗୁଡ଼ିକୁ ନଷ୍ଟ କରିଦେବା ପୂର୍ବରୁ ସଂଗ୍ରହ କରି ଆଣି ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ପହଂଚାଇ ଦେଉଛି ।

ଦିଲ୍ଲୀର ଜୀବନ ନାମରେ ଏକ ଅଭିଯାନ ଆରମ୍ଭ କରିଥିବା ଏହି ସଂସ୍ଥା ଦିଲ୍ଲୀ ସରକାରଙ୍କ ଦ୍ୱାରା କନ୍ନାଟ ପ୍ଲେସ ଠାରେ ଥିବା ବାଲ ସହଯୋଗ କେନ୍ଦ୍ରର ପିଲାଙ୍କ ପାଇଁ ଦୈନିକ ୧୫୦ ଜଳଖିଆ ପ୍ୟାକେଟ ଉପଲବ୍ଧ କରାଉଛି । ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବି ନେଇଛି ଏହି ସଂସ୍ଥା ।

ଫିଡ଼ିଙ୍ଗ ଇଣ୍ଡିଆର ଆରମ୍ଭ ୨୦୧୨ରୁ ହୋଇଛି । ଆଜି ଏହି ସଂଗଠନ ୩୦୦ରୁ ଅଧିକ କର୍ମଚାରୀଙ୍କୁ ନେଇ କାମ କରୁଛି । ଯେଉଁମାନେ କି ବିବାହ ମଣ୍ଡପ ଠାରୁ ଖାଦ୍ୟ ନେଇ ଆଶ୍ରୟ ସ୍ଥଳ ନିକଟରେ ପହଂଚାଉଛନ୍ତି । ସଂସ୍ଥାର ୯ ହଜାର ଲିଟର ବିଶିଷ୍ଟ ଫ୍ରିଜ୍ ରହିଛି । ଦୈନିକ ୮୦୦ ଭୋକିଲାଙ୍କ ନିକଟରେ ଖାଦ୍ୟ ପହଂଚାଇବା ନେଇ ଏହି ସଂସ୍ଥା କାମ କରୁଛି । ଖାଦ୍ୟର ମାନକୁ ଯାଂଚ ପାଇଁ ଏକ ଟିମ୍ ରହିଛି । 

02/06/2018

Leave a Reply

Your email address will not be published. Required fields are marked *

Comments