Bikash Khabar
କେରଳ ବନ୍ୟା ବିପନ୍ନଙ୍କୁ କର୍କଟ ପୀଡ଼ିତ ଭିକାରୀ ଦେଲେ ପାଂଚ ହଜାର ସହାୟତା

ମହନତା ଦେଖାଇଛନ୍ତି ଜଣେ ଭିକାରୀ । କ୍ୟାନସର ପୀଡ଼ିତ ଏହି ଭିକାରୀ ସୃଷ୍ଟି କରିଛନ୍ତି ବିରଳ ଉଦାହରଣ । ରୋଗ ସହିତ ସଂଘର୍ଷ କରୁଥିବାବେଳେ ଖିମଜି ପ୍ରଜାପତି ନାମକ ଏହି ଭିକାରୀ କେରଳ ବନ୍ୟା ଦୁର୍ଗତଙ୍କ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମେହସାଣା ଜିଲ୍ଲାପାଳଙ୍କୁ ଭେଟି ସେ ନିଜର ସଂଚିତ ଅର୍ଥ ଦାନ କରିଛନ୍ତି ।
ଖିମଜୀଙ୍କ ପାକସ୍ଥଳୀରେ କ୍ୟାନସର । ବଂଚିବା ଆଶା କ୍ଷୀଣ । ଖଣ୍ଡେ ବାଡ଼ି ଧରିଲେ ବାଟ ଚାଲୁଛନ୍ତି । କର୍କଟ ସହ ସଂଘର୍ଷ କରି ସେ ହୁଏତ ହାରିଯାଇପାରନ୍ତି । କିନ୍ତୁ ସେ ଯେଉଁ ମାନବିକତା ଓ ମହାନତା ପ୍ରଦର୍ଶିତ କରିଛନ୍ତି ତାହା ତାଙ୍କୁ ଲୋକଙ୍କ ହୃଦୟରେ ନିଶ୍ଚୟ ଯାଗା ଦେବ । ପୂର୍ବରୁ ସେ ୧୦ ଜଣ ବାଳିକାଙ୍କୁ ସ୍କୁଲ ଆସିବା ପାଇଁ ପ୍ରବର୍ତ୍ତନା ଦେବା ସହ ସେମାନଙ୍କୁ କାନ ଫୁଲ କିଣି ଦେଇଥିଲେ । ରୋଟାରୀ କ୍ଲବ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ଖିମଜୀ ଜଣେ ଶିକ୍ଷା ପ୍ରସାରକ ଭାବେ ପରିଚିତ । ଦାରିଦ୍ର‌୍ୟ ତାଙ୍କ ମାନବିକତାର ଗୁଣକୁ ଘୋଡ଼ାଇ ଦେବା ପାଇଁ ପ୍ରୟାସ କରୁଥିବାବେଳେ ଖିମଜୀ ଅନ୍ୟର ଦୁଃଖ ଦୂର କରିବା ପାଇଁ ନିଜର ଛୋଟ ହେଉ ପଛେ ଉଦ୍ୟମ ଜାରୀ ରଖି ଲୋକଙ୍କ ମନ କିଣି ନେଇଛନ୍ତି ।
ଖିମଜୀ ଏବେ ତିନିଥର କେମୋ ନେଲେଣି । ମହାସେଣା ଜିଲ୍ଲାପାଳ ବିଜାପୁର ନିକଟସ୍ଥ ଏକ ଆୟୁବୈଦିକ ହସପିଟାଲରେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି । ଖିମଜୀ ନିଜ ଭିକ୍ଷା ବୃତ୍ଥିରୁ ସଂଚିତ ଅର୍ଥରେ ସ୍କୁଲ ପିଲାଙ୍କ ବହି, ଖାତା, କଲମ, ୟୁନିଫର୍ମ ଆଦି କିଣି ଦେଉଥିବା ଜଣାପଡ଼ିଛି । ତାଙ୍କର ସ୍ନେହ ଓ ଉତ୍ସର୍ଗିକୃତ ତ୍ୟାଗ ନିଶ୍ଚିତ ଏକ ବିରଳ ଦୃଷ୍ଟାନ୍ତ ।
 

07/09/2018

Leave a Reply

Your email address will not be published. Required fields are marked *

Comments