Bikash Khabar
ସହିଦ ଯବାନଙ୍କ ଶୋକରେ ନିଜ ଝିଅର ବିବାହ ଭୋଜି ବାତିଲ କଲେ ବ୍ୟବସାୟୀ, ଦାନ କଲେ ୧୧ ଲକ୍ଷ

ଜାମ୍ମୁ-କାଶ୍ମିରର ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାରାଦେଶ ଶୋକ ଓ କ୍ରୋଧରେ ଡ଼ୁବି ରହିଥିବାବେଳେ ଗୁଜୁରାଟର ଜଣେ ବ୍ୟବସାୟୀ ନିଜ ଝିଅର ବିବାହ ପରବର୍ତ୍ତି ପାର୍ଟିକୁ ସ୍ଥଗିତ କରିଦେବା ସହ ଏଥିରେ ଖର୍ଚ୍ଚ ପାଇଁ ଅଟକଳ କରିଥିବା ସମସ୍ତ ଅର୍ଥ ସହିଦଙ୍କ ସଂପର୍କିୟମାନଙ୍କୁ ଦାନ କରିଦେବାର ନିଷ୍ପତ୍ତି ନେଇଛନ୍ତି ।

ସୁରଟର ହୀରା ବ୍ୟବସାୟୀ ଦେବାଶୀ ମାନେକଙ୍କ ଝିଅ ଏମିର ବିବାହ ଫେବୃଆରୀ ୧୫ରେ ଥିଲା । ବିବାହର ଗୋଟିଏ ଦିନ ପରେ ବନ୍ଧୁବାନ୍ଧବ ଓ ସଂପର୍କିୟମାନଙ୍କ ପାଇଁ ଦେବାସୀ ଏକ ପାର୍ଟି  ଦେବାର ଆୟୋଜନ କରିଥିଲେ । କିନ୍ତୁ ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ତାଙ୍କୁ ବ୍ୟଥିତ କରାଇଥିଲା । ଗୋଟିଏ ପଟେ ଦେଶ ଶୋକରେ ବୁଡ଼ି ରହିଥିଲା ବେଳେ ସେ ଚାକଚାକ୍ୟପୂର୍ଣ୍ଣ ପରିବେଶରେ ସ୍ୱାଦିଷ୍ଟ ବ୍ୟଞ୍ଜନ କେବେ ବି ପରଷି ପାରିବେ ନାହିଁ ବୋଲି ଅନୁଭବ କରି ଏହି କାର୍ଯ୍ୟକ୍ରମକୁ ବାତିଲ କରିଦେବା ସହିତ ୧୧ ଲକ୍ଷ ଟଙ୍କା ସହିଦଙ୍କ ୱେଲଫେୟାର ପାଣ୍ଠିକୁ ଦାନ କରିଦେଇଛନ୍ତି ।

19/02/2019

Leave a Reply

Your email address will not be published. Required fields are marked *

Comments