Bikash Khabar
ଏହି ଦମ୍ପତ୍ତି କଲେ ନିଆରା ବିବାହ, ଅଗ୍ନି ବଦଳରେ ସମ୍ବିଧାନକୁ ସାକ୍ଷୀ କରି ନେଲେ ସଂକଳ୍ପ

ସାଧାରଣତଃ ଲୋକେ ନିଜ ବିବାହର ସ୍ମୃତିକୁ ଦୀର୍ଘଦିନ ଉଜ୍ୱିବିତ କରିବାର ପ୍ରୟାସ କରିଥାନ୍ତି । କିଏ ଘୋଡ଼ା ଉପରେ ସବାର ହୋଇ ବେଦୀକୁ ଆସିଥାଏ ତ କିଏ ସବାରୀରେ । କିଏ ବାହାଘର କୁ ବିଦେଶର ଚାକଚକ୍ୟ ପୂର୍ଣ୍ଣ ପରିବେଶରେ ଆୟୋଜନ କରାଏ ତ କିଏ ଦେଶର ବିଭିନ୍ନ ସ୍ଥାନରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ସମ୍ପନ୍ନ କରାଏ । ଏବେ ଆଉ ଏକ ନିଆରା ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ହେଲେ ଏ ବାହାଘର ଚାକଚକ୍ୟ ଓ ଆଡ଼ମ୍ବର ପୂର୍ଣ୍ଣ ଭାବେ ନହୋଇ ଅତ୍ୟନ୍ତ ସାଧାସିଧା ଓ ସବୁଦିନ ପାଇଁ ମନେ ରଖିଲା ଭଳି ହୋଇଛି । ବେତୁଲ ଜିଲ୍ଲାର ଉପଜିଲ୍ଲାପାଳ ନିଶା ବାଙ୍ଗରେ ନିଜ ବନ୍ଧୁ ସୁରେଶ ଅଗ୍ରୱାଲଙ୍କୁ ବିବାହ କରିବା ବେଳେ ବେଦୀ, ଅଗ୍ନି, ବ୍ରାହ୍ମଣ ଓ ସାତ ଥର ଅଗ୍ନିଙ୍କୁ ପରିକ୍ରମାର ପରମ୍ପରାକୁ ବଦଳାଇ ଦେଇଥିଲେ । ନିଶା ଓ ସୁରେଶ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ନୁଆ ଜୀବନ ଆରମ୍ଭର ସଂକଳ୍ପ ନେଇଥିଲେ ।

ସାଧାରଣ ପରିବାରରୁ ଆସିଥିବା ନିଶାଙ୍କ ପାଇଁ ଭାରତୀୟ ସମ୍ବିଧାନ ମହତ୍ତ୍ୱପୂର୍ଣ୍ଣ । ଏହା ବିଶ୍ୱର ସବୁଠୁ ଶ୍ରେଷ୍ଠ ସମ୍ବିଧାନ ଯାହାକି ବିବିଧତା ଭିତରେ ଏକତାର ବାର୍ତ୍ତା ଦେଇଥାଏ । ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଏହି ନିଆରା ବାହାଘର ଅଂଚଳବାସୀଙ୍କ ପାଇଁ କେବଳ ନୁହେଁ ବରଂ ସାରା ଦେଶବାସୀଙ୍କୁ ନୁଆ ପ୍ରେରଣା ଦେଇଥିଲା ।

03/02/2019

Leave a Reply

Your email address will not be published. Required fields are marked *

Comments