Bikash Khabar
ଦିବ୍ୟାଙ୍ଗ ଭାଇ ପାଇଁ ଦଶମ ଶ୍ରେଣୀର ଏହି ଛାତ୍ରୀ ତିଆରି କରିଛନ୍ତି ସାଇକେଲ ସହିତ ହ୍ୱିଲ ଚେୟାର

ମହାରାଷ୍ଟ୍ର ପୁନେ ବାରାମତି ସହରର ନିବାସୀ ୧୬ ବର୍ଷିୟା ମୟୁରୀ ପୋପଟ ଯାଦବ ନିଜର ଦିବ୍ୟାଙ୍ଗ ସାନ ଭାଇ ପାଇଁ ଏବେ ସ୍ୱତନ୍ତ୍ର ହ୍ୱିଲ ଚେୟାର ସହିତ ସାଇକେଲ ନିର୍ମାଣ କରିଛନ୍ତି ଯେଉଁଥିରେ ସେ ସହଜ ଭାବରେ ନିଜ ଭାଇକୁ ନେଇ ସ୍କୁଲରେ ଛାଡ଼ିପାରିବେ ।

ମୟୁରୀ, ଆନନ୍ଦ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ । ତାଙ୍କ ସାନ ଭାଇ ନିଖିଲ ଠିଆ ହୋଇପାରନ୍ତିନି । ଏହି କାରଣରୁ ଯେଉଁଦିନ ତାଙ୍କ ବାପା ଘରେ ନଥାନ୍ତି ତାର ସ୍କୁଲ  ଯିବା ବନ୍ଦ ହୁଏ । ମୟୁରୀ ତା ସାନଭାଇ ନିଖିଲକୁ କିପରି  ସ୍କୁଲ ନେବ ସେ ଚିନ୍ତାରେ ଥାଏ । ଏହି ଚିନ୍ତାରୁ ମୁକ୍ତି ପାଇଁ ମୟୁରୀ ସାଇକେଲ ସହିତ ହ୍ୱିଲ ଚେୟାର ଯୋଡ଼ି ଏକ ନିଆରା ସାଇକେଲ ତିଆରି ପାଇଁ ଧ୍ୟାନ ଦେଇଥିଲେ ।
ନିକଟରେ ନସରପୁରରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଏହି ନିଆରା ସାଇକେଲର ପ୍ରଦର୍ଶନୀ କରାଯାଇଥିଲା । ମୟୁରୀ ନିଜର ଭାଇ ପ୍ରତି ରଖିଥିବା ଅନାବିଳ ସ୍ନେହ ସାଙ୍ଗକୁ ନୁଆ ଉଭାବନକୁ ଅତିଥି ମାନେ ପ୍ରଶଂସା କରିଥିଲେ ଏବଂ ମୟୁରୀକୁ ପୁରସ୍କୃତ କରାଯାଇଥିଲା । ଆମ ରାଜ୍ୟରେ ମୟୁରୀ ଭଳି ଅନେକ ବାଳିକା ଏଭଳି ଅନେକ ନବସୃଜନରେ ନିୟୋଜିତ ଥିବା ଜଣାଯାଇଛି ।

19/01/2019

Leave a Reply

Your email address will not be published. Required fields are marked *

Comments