Bikash Khabar
ପ୍ରଦୂଷଣ ରୋକିବା ଫିଲଟର ତିଆରି କରିଛନ୍ତି ଦିଲ୍ଲୀ ଆଇଆଇଟିର ଛାତ୍ର , ବିଷାକ୍ତ ପବନକୁ ଘରେ ପୁରାଇ ଦେବନି ଏହି ଜାଲ

ବାୟୁ ପ୍ରଦୂଷଣ ଘର ବାହାରେ କେବଳ ପ୍ରାଣଘାତୀ ହୋଇନଥାଏ ବରଂ ଘର ଭିତରେ ପଶି ଭୟଙ୍କର ବିପଦ ସୃଷ୍ଟି କରିଥାଏ । ଏଥିରୁ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ଆଇଆଇଟିର ତିନିଜଣ ଛାତ୍ର ଦୁଇଜଣ ପ୍ରଫେସରଙ୍କ ସହ ମିଶି ଏକ ସ୍ୱତନ୍ତ୍ରଧରଣର ଜାଲ ତିଆରି କରିଛନ୍ତି ଯାହା ପ୍ରଦୂଷଣ ଠାରୁ ଘରକୁ ସୁରକ୍ଷା ଦେଇପାରୁଛି । ଏହି ଜାଲ ଲଗାଗଲେ ପ୍ରଦୂଷିତ ପବନ କବାଟ ଝରକା ଦେଇ ଘର ଭିତରେ ପ୍ରବେଶ କରିପାରିନଥାଏ ।
ଆଇଆଇଟି ଇନକ୍ୟୁବେଶନ ସେଣ୍ଟର ସହାୟତାରେ ପୂର୍ବତନ ଛାତ୍ର ପ୍ରତୀକ ଶର୍ମା, ତୁଷାର ବ୍ୟାସ ଏବଂ ଜନିତ କେବଲାନୀ ଟେକ୍ସଟାଇଲ ବିଭାଗର ପ୍ରଫେସର ଅଶ୍ୱିନୀ ଅଗ୍ରୱାଲ ଏବଂ ମଂଞ୍ଜିତ ଜପ୍ପଲଙ୍କ ସହ ମିଶି ଏହି ସ୍ୱତନ୍ତ୍ର ଜାଲ ନିର୍ମାଣ କରିଛନ୍ତି । ଏହାକୁ ନେସୋ ଫିଲଟର ପଲ୍ୟୁସନ ନେଟ ନାମରେ ନାମିତ କରାଯାଇଛି । ଏହା ମଶା ଓ ମାଛିଙ୍କୁ ରୋକିବା ସହିତ ପିଏମ ୨୫ ମାଇକ୍ରୋ କ୍ୟୁବିକ୍ କଣିକାକୁ ରୋକି ପାରିବ ।
ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ମହାନଗର ପ୍ରଦୂଷଣ ଦୃଷ୍ଟିରୁ ଭୟଙ୍କର ସ୍ଥିତିରେ ପହଂଚିଛି । ପ୍ରତିବର୍ଷ ପ୍ରଦୂଷଣ କାରଣରୁ ଲକ୍ଷାଧିକ ଲୋକ ରୋଗରେ ପଡୁଥିବାବେଳେ ଏହି ମଶାରୀ ଏବେ ବ୍ୟାପକ ଧନଜୀବନ ରକ୍ଷାରେ ସହାୟକ ହୋଇପାରିବ । 
 

02/10/2018

Leave a Reply

Your email address will not be published. Required fields are marked *

Comments