Bikash Khabar
ନିଶା ନିବାରଣ କରି ସମ୍ବଲପୁର ଜିଲ୍ଲାର ଏକ ପଞ୍ଚାୟତ ଦେଶରେ ସୃଷ୍ଟି କଲା ନୂଆ ପରିଚୟ, ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ଏହାର ସରପଞ୍ଚ

 ବାମରା ବ୍ଲକ ଲରିଆପାଲି ପଂଚାୟତ ସୃଷ୍ଟି କରିଛି ଏକ ନୂଆ ଇତିହାସ । ଜିଲ୍ଲା ଓ ଆଖପାଖ ପଂଚାୟତରେ ମଦର ବନ୍ୟା ଛୁଟିଥିବାବେଳେ ଲରିଆପାଲି ଦେଖାଇଛି ସାହସିକ ପଦକ୍ଷେପ । ସରପଂଚ ଶୁକ୍ରୁ କୁଜୁରଙ୍କ ନେତୃତ୍ୱରେ ପଂଚାୟତର ପ୍ରତ୍ୟେକ ଗାଁରେ ୫୦ ଜଣ ଭାରତ ନିର୍ମାଣ ସ୍ୱେଚ୍ଛାସେବୀଙ୍କୁ ନେଇ ଆରମ୍ଭ ହୋଇଥିବା ନିଶାମୁକ୍ତି ଅଭିଯାନକୁ ଏବେ ସଫଳତା ମିଳିଛି । ଏହି ପଂଚାୟତର କୌଣସି ଯାଗାରେ କୌଣସି ପ୍ରକାର ନିଶା ବିକ୍ରୀ ହେଉନାହିଁ କି କେହି ସେବନ କରୁନାହାନ୍ତି । ବିନା ସରକାରୀ ନିଷ୍ପତ୍ତିରେ ଶତ ପ୍ରତିଶତ ନିଶା ନିବାରଣ ସମ୍ଭବ ହୋଇପାରିଛି ଲରିଆପାଲି ଭଳି ଏକ ଗ୍ରାମ ପଂଚାୟତ ଅଂଚଳରେ ।

ଲରିଆପାଲି ଏବେ ସମ୍ବଲପୁର ଜିଲ୍ଲା ଓ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଂଚାୟତକୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରିଛନ୍ତି । ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମା ପଂଚାୟତର ସମସ୍ତ ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି । 

27/06/2018

Leave a Reply

Your email address will not be published. Required fields are marked *

Comments