Bikash Khabar
ରାଜସ୍ଥାନର ଜଣେ ସରକାରୀ ଶିକ୍ଷକଙ୍କ ଫଟୋ ହେଉଛି ଟୁଇଟରରେ ଭାଇରାଲ, ଜାଣନ୍ତୁ କାହିଁକି?

ରାଜସ୍ଥାନର ଜଣେ ଶିକ୍ଷକ ଶିକ୍ଷକ ଶବ୍ଦକୁ ସାର୍ଥକ କରାଇଛନ୍ତି । ପିଲାଙ୍କୁ ପାଠ ପଢାଇବାର ଉତ୍ସାହ ପାଇଁ ସେ ଅସଂଖ୍ୟଙ୍କ ହୃଦୟ ଜିତି ପାରିଛନ୍ତି ।
ଏହି ଶିକ୍ଷକ ଜଣକ ହେଉଛନ୍ତି ସଞ୍ଜୟ ସେନ । ସେ ୨୦୦୯ଠାରୁ ଶିକ୍ଷାଦାନ ବୃତ୍ତିରେ ନିୟୋଜିତ ହୋଇଛନ୍ତି । ଶିକ୍ଷା ସମ୍ବଳ ପରିଯୋଜନାରେ ତାଙ୍କୁ ନିଯୁକ୍ତି ମିଳିଛି । ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ଥାନ ଜିଙ୍କ ଲିମିଟେଡ଼ର ସିଏସଆର ପ୍ରକଳ୍ପରେ ଆଜମେର, ଭିଲବାଡ଼ା, ଚିତ୍ତୋଡ଼ଗଡ଼, ରାଜସମନ୍ଦ ଏବଂ ଉଦୟପୁର ଜିଲ୍ଲାର ୫୫ଟି ସ୍କୁଲରେ ନବମରୁ ଦ୍ୱାଦଶ ଯାଏ ୭୦୦୦ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରି ଶିକ୍ଷାଦାନ କରାଯାଉଛି ଯେଉଁଠି ସଞ୍ଜୟଙ୍କ ପରି ନିଃସ୍ୱାର୍ଥପର ଓ ଉତ୍ସାହିତ ଶିକ୍ଷକ ନିୟୋଜିତ ଅଛନ୍ତି ।
ସଞ୍ଜୟଙ୍କ ଦୁଇ ଗୋଡ଼ ଅଚଳ । ସେ ଘୋଷାଡ଼ି ହୋଇ ଚାଳନ୍ତି । ଅଚଳ ହୋଇଥିବା ଗୋଡ଼ ଉପରେ ଚାପ ଦେଇ ସେ ଆଗକୁ ଠେଲି ହୋଇ ଚାଲନ୍ତି । ଶ୍ରେଣୀ ପ୍ରକୋଷ୍ଠରେ ସେ ଶିକ୍ଷାଦାନ ପାଇଁ ଯେଭଳି ସଂଗ୍ରାମ କରନ୍ତି ତାହା ଦେଖିଲେ ଗୁରୁଙ୍କ ପ୍ରତି ଏକ ସ୍ୱତନ୍ତ୍ର ଭକ୍ତି ଭାବ ସୃଷ୍ଟି ହୋଇଥାଏ । ସେ ଚାଲିପାରୁନାହାନ୍ତି । ତାଙ୍କର ମୁଖ ଗହ୍ୱର କର୍କଟ ମଧ୍ୟ ହୋଇଛି । ତଥାପି ପରିବର୍ତ୍ତନ ପାଇଁ ସେ ସାମ୍ନାକୁ ଆସିଛନ୍ତି । 
 

15/09/2018

Leave a Reply

Your email address will not be published. Required fields are marked *

Comments