Bikash Khabar
ମହାରାଷ୍ଟ୍ରର ନିଆରା ଗାଁ, ଯେଉଁଠି ଶିକ୍ଷକଙ୍କୁ ଗୁରୁଦକ୍ଷିଣା ଭାବେ ଦିଆଯାଇଥାଏ କାର

 ମହାରାଷ୍ଟ୍ର ଶିରୁର ବ୍ଲକର ପିପଲେ ଖାଲସା ଗାଁରେ ଜିଲ୍ଲା ପରିଷଦ ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଗ୍ରାମବାସୀ ନିଆରା ଗୁରୁଦକ୍ଷିଣା ଦେଇଛନ୍ତି । ଶିକ୍ଷୟତ୍ରୀ ଲଳିତା ଧୁମଲଙ୍କୁ ଗାଁର ଲୋକେ ଉପହାର ସ୍ୱରୂପ ଏକ କାର ଭେଟି ଦେଇଛନ୍ତି ।

ପ୍ରକୃତରେ, ଲଳିତାଙ୍କ ପ୍ରୟାସରେ ପାଠ ପଢି ଗାଁର ୧୯ ଜଣ ଶିଶୁ ସରକାରୀ ଛାତ୍ର ବୃତ୍ତି ପରୀକ୍ଷାରେ ସଫଳତା ପାଇଥିଲେ । ଅଗଷ୍ଟ ୧୦ରେ ଏହାର ଫଳ ପ୍ରକାଶ ପାଇବା ପରେ ଗ୍ରାମବାସୀ ଏକାଠି ହୋଇ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଦନା ସହିତ ଏକ କାର ଉପହାର ଦେଇଛନ୍ତି । ଲଳିତା କହିଛନ୍ତି ଯେ ଏହି ଗାଁରେ ଅଭିଭାବକମାନେ ପିଲାଙ୍କ ପାଠ ପଢା ପ୍ରତି ଅଧିକ ସଚେତନ । ଶିକ୍ଷକଙ୍କ ଶ୍ରମ ଅନୁଯାୟୀ ଲୋକେ ପୁରସ୍କୃତ କରାଇଥାନ୍ତି । ପ୍ରତିବର୍ଷ କୌଣସି ନା କୌଣସି ଶିକ୍ଷକଙ୍କୁ ଗ୍ରାମବାସୀ ସମ୍ବର୍ଦ୍ଦିତ ଓ ପୁରସ୍କୃତ କରାଇବା ପରମ୍ପରା ଏହି ଗାଁରେ ପ୍ରଚଳିତ । ଗତ ବର୍ଷ ଏଠାରୁ ୨୧ ଜଣ ଛାତ୍ରଛାତ୍ରୀ ପଂଚମଶ୍ରେଣୀ ଛାତ୍ର ବୃତ୍ତି ପାଇଥିଲେ । ସ୍କୁଲ ଅଧ୍ୟକ୍ଷ ଜ୍ଞାନେଶ୍ୱର ଧୁମଲ କହନ୍ତି ଏହି ସ୍କୁଲର ବିକାଶ ପାଇଁ ଗ୍ରାମବାସୀ ବିଗତ ୫ ବର୍ଷରେ ୧କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । 

01/09/2018

Leave a Reply

Your email address will not be published. Required fields are marked *

Comments