Bikash Khabar
ନିଜ ସମସ୍ୟାରୁ ମିଳିଲା ସମାଧାନର ସୂତ୍ର : ଅଭିଭାବକଙ୍କ ପାଇଁ ଏହି ମହିଳା ତିଆରି କଲେ ଆଡ଼ମିଶନ ପୋର୍ଟାଲ

 ଦିଲ୍ଲୀ ନର୍ସରୀ ସ୍କୁଲର ନାମ ଲେଖା ପ୍ରକ୍ରିୟା ହାଭାର୍ଡ଼ରେ ନାମ ଲେଖାଇବା ପ୍ରକ୍ରିୟା ଠାରୁ କିଛି କମ୍ କଷ୍ଟକର ନୁହେଁ । ଏହି ସ୍କୁଲ ଗୁଡ଼ିକରେ ଏତେ ପ୍ରତିଯୋଗୀତା ବଢିଯାଇଛି ଯେ ପିଲା ଓ ପିତା ମାତାମାନେ ପେଷି ହୋଇଯାଉଛନ୍ତି । କମ୍ପ୍ୟୁଟର ବିଜ୍ଞାନରେ ପ୍ରଫେସର ଥିବା ଅଞ୍ଜଳି ଆମେରିକାରୁ ଫେରିବା ପରେ ସମ୍ପୂର୍ଣ୍ଣ ଗୃହୀଣିଟିଏ ହୋଇଯାଇଥିଲେ ଏବଂ ଦିଲ୍ଲୀରେ ବସବାସ କରୁଥିଲେ । ଦିଲ୍ଲୀର ଏକ ପ୍ରତିଷ୍ଠିତ ସ୍କୁଲରେ ନିଜ ପୁଅର ନାମ ଲେଖାଇବାକୁ ନେଇ ଅଞ୍ଜଳି ନାକେଦମ ହୋଇଯାଇଥିଲେ । ଏହି ଘଟଣା ପରେ ଅଞ୍ଜଳି ନିଷ୍ପତ୍ତି ନେଇଥିଲେ କି ନିଜର ବ୍ୟକ୍ତିଗତ ଓ ପେଷାଦାର ଜୀବନ ସହ ତାଳମେଳ ରଖି ଏପରି ଏକ କାମ କରିବି ଯାହା କି ଅନ୍ୟ ପିତାମାତାମାନଙ୍କୁ ସହାୟତା କରିବ । ସୂଚନା ଅଭାବରୁ ପିଲାଙ୍କ ନାମ ଲେଖାକୁ ନେଇ ସମସ୍ୟାରେ ପଡ଼ୁଥିବା ଅଭିଭାବକଙ୍କ ପାଇଁ ସେ ସ୍କୁଲ ଆଡ଼ମିଶନ ଡଟକମ୍ ନାମରେ ସେ ଏକ ସାଇଟ ଖୋଲିବା ସହିତ ଅଭିଭାବକମାନଙ୍କୁ ସୂଚନା ପ୍ରଦାନରେ ସକ୍ଷମ ହେଉଛନ୍ତି । ଅଭିଭାବକମାନେ ଏହି ସାଇଟକୁ ଯାଇ ସ୍କୁଲ, କୋଚିଂ ଦେୟ ଓ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇପାରୁଛନ୍ତି । ଜଣେ ମାଙ୍କ ଅଭିଜ୍ଞତା ଦିଲ୍ଲୀ ଗୃହିଣୀମାନଙ୍କୁ ସଶକ୍ତି କରାଇପାରିଛି । 

09/07/2018

Leave a Reply

Your email address will not be published. Required fields are marked *

Comments