Bikash Khabar
ତିହାର ଜେଲର କଏଦୀଙ୍କୁ ଜୀବନର ଦ୍ୱିତୀୟ ସୁଯୋଗ ଯୋଗାଇ ଦେଉଛନ୍ତି ଦିଲ୍ଲୀର ଏହି ଯୁବତୀ

ମୁଁ ଏମଏ ପଢୁଥିବାବେଳେ ମିସେଲ ଫୁକୋ ନାମ୍ନୀ ଜଣେ ସ୍କଲାରଙ୍କ ବିଷୟରେ ଜାଣିଲି ଯିଏକି କଏଦୀମାନଙ୍କ ସମ୍ପର୍କରେ ଅନେକ ପୁସ୍ତକ ଲେଖିଥିଲେ । ଏସବୁ ବହି ପଢିବା ପରେ ମୋ ମନରେ ଏକ ବଡ଼ ପରିବର୍ତନ ଆସିଲା ଏବଂ ମୁଁ ନିଷ୍ପତ୍ତି ନେଲି ଯେ ଜେଲରେ ବନ୍ଦୀ ଜୀବନ ଜିଉଁଥିବା କଏଦୀମାନଙ୍କ ପାଇଁ ମୁଁ କିଛି କରିବି । ଏପରି କହିଥିଲେ ଦିଲ୍ଲୀର ବାସିନ୍ଦା ଏଲିନା ଜର୍ଜ ।

ସୋସିଓଲୋଜିରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଏଲିନା ଟିୱାଇ ସିଆଇଏ ନାମକ ଏକ ସଂଗଠନ ସହ ଯୋଡ଼ି ହୋଇ ଟ୍ରାନ୍ସଫର୍ମିଙ୍ଗ ତିହାର ନାମକ ଏକ ପ୍ରକଳ୍ପରେ କାମ କରିବାର ସୁଯୋଗ ପାଇଥିଲେ । ଜେଲ ନମ୍ବର ୫ର କଏଦୀ, ଯେଉଁମାନଙ୍କ ବୟସ ୧୮ରୁ ୨୧ ସେମାନଙ୍କ ପାଇଁ କାମ କଲେ ଏଲିନା । ୧୮ରୁ ୨୧ ବର୍ଷ ବୟସର କଏଦୀ ମାନଙ୍କ ଜୀବନରେ ପରିବର୍ତନ ଆଣିବା ଦିଗରେ ଏଲିନା ନିଜର ପ୍ରୟାସ ଆରମ୍ଭ କରିଥିଲେ । ଠିକ୍ ଓ ଭୁଲ ବାଛିବା ପାଇଁ ନୈତିକ ଆଧ୍ୟାତ୍ମିକ ଶିକ୍ଷା ସହ ଜେଲ ଭିତରେ ଭିନ୍ନ ଧରଣର ସ୍କୁଲ ପରିଚାଳନା କରାଗଲା । ଏବେ ଏଲିନାଙ୍କ ତିହାର ଜେଲ ସ୍କୁଲରେ ୧୫୦ ଜଣ କଏଦୀ ପାଠ ପଢୁଛନ୍ତି । ଚେୟାର, ଟେବୁଲ ଠାରୁ ପାଠ୍ୟୋପକରଣ ସବୁ କିଛି ସେମାନଙ୍କ ଦ୍ୱାରା ନିର୍ମିତ କରାଯାଉଛି ।

10/04/2019

Leave a Reply

Your email address will not be published. Required fields are marked *

Comments