Bikash Khabar
ଜାରି ହେଲା ନିର୍ଦେଶାବଳୀ,ବିନା ପରେଡରେ ହେବ ଚଳିତ ବର୍ଷର ସ୍ୱାଧୀନତା ଦିବସ ସମାରୋହ

ଏଥର ସ୍ୱାଧୀନତା ଦିବସ ସମାରୋହକୁ ନିରାଡମ୍ବରଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସ୍ୱାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ କିମ୍ବା ସାଧାରଣ ଜନତାଙ୍କୁ ଆମନ୍ତ୍ରିତ କରାଯିବ ନାହିଁ କେବଳ ଗୋଟିଏ କିମ୍ବା ଦୁଇଟି ପୁଲିସ କଣ୍ଟିଜେଣ୍ଟ ଏଥିରେ ଭାଗ ନେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ସମାରୋହ ଯଥାସମ୍ଭବ କମ ଲୋକରେ ପାଳନ କରିବାକୁ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏସପିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି ସମେତ କେବଳ ୫୦ରୁ ୭୫ ଜଣ ଲୋକଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜନ କରାଯିବ ସେମାନଙ୍କ ମଧ୍ୟରେ ୧୫ରୁ ୨୦ କରୋନା ଯୋଦ୍ଧାଙ୍କୁ ଅନ୍ତର୍ଭୁକ୍ତ କରାଯିବ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି କୋଭିଡ କଟକଣା ମାନି ସ୍ୱାଧୀନତା ଦିବସ ପାଳନ ଲାଗି କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରାଳୟ ଗାଇଡଲାଇନ ଜାରି କରିଥିଲା ସେହି ଗାଇଡଲାଇନ ଭିତ୍ତିରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଏଥରର ସମାରୋହରେ କୋଭିଡ-୧୯ ଯୋଦ୍ଧା ଯେପରିକି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀଙ୍କୁ ଡକାଇ ସେମାନଙ୍କ ସେବାକୁ ସ୍ୱୀକୃତି ଦେବାକୁ ପରାମର୍ଶ ଦିଆଯାଇଛି ସମାରୋହରେ ଯୋଗଦେଉଥିବା ଲୋକମାନେ ସାମାଜିକ ଦୂରତ୍ୱ ରଖିବେ ମାସ୍କ ପିନ୍ଧିବେ ପ୍ରବେଶ ପଥରେ ସାନିଟାଇଜର ଆଦି ବ୍ୟବସ୍ଥା କରାଯିବ

11/08/2020

Leave a Reply

Your email address will not be published. Required fields are marked *

Comments