Bikash Khabar
ମାର୍ଚ୍ଚଣ୍ଟ ନେଭିର ଚାକିରୀ ଛାଡ଼ି ଗାଁରେ ଖୋଲିଲେ ଅନଲାଇନ୍ ଢାବା, ଏବେ ୩୦୦ ଲୋକଙ୍କୁ ଦେଉଛନ୍ତି ରୋଜଗାର

  ହିରଣ୍ମୟ ଗୋଗେଇଙ୍କ ବାଲ୍ୟ ଜୀବନ ଯେତିକି କଷ୍ଟକର ଯୌବନ ସେତିକି ରୋମାଂଚରେ ଭରା । ଆର୍ଥିକ ଅଭାବବୋଧ ଭିତରେ ସେ ନିଜ ମା ଓ ଭାଇଙ୍କୁ ହରାଇ ପିତାଙ୍କ ସୀମିତ ରୋଜଗାରରେ ଏସଟିସିଡ଼ବ୍ଲୁ ୯୫ରେ ବେସିକ ସେଫ୍ଟି ଟ୍ରେନିଂ କରି ମର୍ଚ୍ଚାଣ୍ଟ କେଭିରେ ଚାକିରୀ ପାଇଥିଲେ । ଚାକିରୀ ଜୀବନ ଆରମ୍ଭ ହୋଇଥିଲା ମାଲେସିୟାରେ । ଦୁଇମାସ ଚାକିରୀ କରି ସେ ଭାରତ ଫେରିଆସିଲେ । କୋଲକତାର ଏକ ବିପିଓରେ ଦେଢବର୍ଷ କାମ କଲେ । ୨୦୧୬ରେ ସେ ଏକାକୀ ରହୁଥିବା ନିଜ ଅସୁସ୍ଥ ବାପାଙ୍କ ଦେଖାରଖା ପାଇଁ ଗାଁକୁ ଗଲେ ଏବଂ ସେଠାରେ ସେ ଘର ତିଆରି ଖାଦ୍ୟ ଯୋଗାଇ ଦେବାର ଅନଲାଇନ୍ ବ୍ୟବସାୟ ଆରମ୍ଭ ପାଇଁ ଯୋଜନା କଲେ । 

‘ଘରର ଖାଦ୍ୟ’ ନାମ ନେଇ ସେ ଅନଲାଇନ୍ ଅର୍ଡ଼ର ରଖିଲେ । ଫେସବୁକ୍ ଜରିଆରେ ପ୍ରଥମେ ୧୨୦ ଟଙ୍କାର ଅର୍ଡ଼ର ମିଳିଥିଲା । ଧିରେ ଧିରେ ବ୍ୟବସାୟ ବଢିଲା । ଘରର ଖାଦ୍ୟ ନାମରେ ସେ ଏକ ୱେବସାଇଟ୍ ଖୋଲିଲେ । ବର୍ତ୍ତମାନ ସୁଦ୍ଧା ଗୋଗେଇଙ୍କ ଆସାମରେ ଖୋଲିଛି ୬ଟି ଆଉଟ ଲେଟ । ପ୍ରଥମ ବର୍ଷର ରୋଜଗାର ୪.୭୦ ଲକ୍ଷ ଟଙ୍କା ହୋଇଥିବାବେଳେ ୨୦୧୭ରେ ୧୦ ଲକ୍ଷରେ ପହଂଚିଲା ବାର୍ଷିକ କାରବାର । ହିରଣ୍ମୟଙ୍କ ଅନଲାଇନ୍ ଖାଦ୍ୟ ଯୋଗାଣ ବ୍ୟବସାୟରେ ଏବେ ୩୦୦ ବ୍ୟକ୍ତି ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିୟୋଜିତ ହୋଇଥିବା ଜଣାଯାଇଛି । 

04/07/2018

Leave a Reply

Your email address will not be published. Required fields are marked *

Comments