Bikash Khabar
ରାଜ୍ୟରେ ଗଡ଼ିବ ଆଉ ତିନୋଟି ମେମୁ ଟ୍ରେନ

ଆଗାମୀ ଏପ୍ରିଲ ଚତୁର୍ଥ ସପ୍ତାହ ପରଠାରୁ ପାରମ୍ପରିକ ପାସେଞ୍ଜର ଟ୍ରେନ ବଦଳରେ ରାଜ୍ୟରେ ଆଉ ତିନୋଟି ମେଇନ ଲାଇନ ଇଲେକ୍ଟ୍ରିକ ମଲଟିପଲ ୟୁନିଟ (ମେମୁ) ଟ୍ରେନ ଗଡ଼ିବ ବୋଲି ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି ।

ଭୁବନେଶ୍ୱର-ଭଦ୍ରକ, ଭୁବନେଶ୍ୱର-ବ୍ରହ୍ମପୁର ଏବଂ ଭୁବନେଶ୍ୱର-ପଲାସା ମଧ୍ୟରେ ଏହି ଟ୍ରେନ ଚଳପ୍ରଚଳ କରିବ । ମେମୁ ଟ୍ରେନ ଯାତାୟତ ସେବା ଦ୍ୱାରା ପାରମ୍ପରିକ ପାସେଞ୍ଜର ଟ୍ରେନ ଗୁଡ଼ିକର ଯାତ୍ରା ରବ୍ଦ କରାଯିବ । ୨୦ ଏପ୍ରିଲରୁ ୨୨ ଏପ୍ରିଲ ମଧ୍ୟରେ ପାରମ୍ପରିକ ପାସେଞ୍ଜର ଟ୍ରେନ ଗୁଡ଼ିକ ବଦଳରେ ମେମୁ ଟ୍ରେନ ଯାତ୍ରା ଆରମ୍ଭ କରିବାର ନିଷ୍ପତ୍ତି ହୋଇଛି । ପାରମ୍ପରିକ ପାସେଞ୍ଜର ଟ୍ରେନ ଗୁଡ଼ିକର ଯେଉଁ ସବୁ ଷ୍ଟେସନରେ ରହଣୀ ଥିଲା ମେମୁ ଟ୍ରେନ ଗୁଡ଼ିକ ମଧ୍ୟ ସେହି ସବୁ ଷ୍ଟେସନରେ ରହଣୀ କରିବ । ଯାତ୍ରୀମାନଙ୍କ ସ୍ୱାଚ୍ଛନ୍ଦ୍ୟ ଯାତ୍ରା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ଜଣାଯାଇଛି ।

19/04/2019

Leave a Reply

Your email address will not be published. Required fields are marked *

Comments