Bikash Khabar
ଆସିଲା ତିତଲି କ୍ଷୟକ୍ଷତି ରିପୋର୍ଟ : ୧୬ ଜିଲ୍ଲା ପ୍ରଭାବିତ, ୧୬,୮୩୦ ଘର ଭାଙ୍ଗିଛି

ସାମୁଦ୍ରିକ ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ପାହାଡ଼ ଅତଡ଼ା ଖସି ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ନିଖୋଜ ଅଛନ୍ତି । ପାଣିରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ କାନ୍ଥ ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ବେସରକାରୀ ଭାବେ ତିତଲୀ ମୃତ୍ୟୁ ସଂଖ୍ୟା ୨୦ ପାଖାପାଖି କୁହାଯାଉଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଏହା ଉପରେ ନୀରବ ।
ଏସଆରସିଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର ଆଦି ୧୬ଟି ଜିଲ୍ଲାର ୧୧୩ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ଗଞ୍ଜାମର ସର୍ବାଧିକ ୨୨ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଗଜପତିର ୭ଟି, କନ୍ଧମାଳର ୧୦, କଟକର ୧୧ଟି ବ୍ଲକ ପ୍ରଭାବିତ ହୋଇଛି । ମୋଟ ୭୨୨୯ଟି ଗ୍ରାମର ୫୬,୦୨.୩୨୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟସରକାର ୩,୫୦,୯୬୮ ଲୋକଙ୍କୁ ୧୫୧୭ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଛନ୍ତି ।
ବନ୍ୟା ଓ ବାତ୍ୟାରେ ମୋଟ ୧୬,୮୩୦ ଘର ଭାଙ୍ଗିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧,୬୧୫ ଘର ଭାଙ୍ଗିଥିବାବେଳେ, ପୁରୀରେ ୧୪୦୧, କନ୍ଧମାଳର ୬୬୫, କେନ୍ଦୁଝରରେ ୧୨, କଟକରେ ୯୩୨ ଘର ଭାଙ୍ଗିଛି । ୨୪୨୦୯ ଗାଈ ଗୋରୁ ପ୍ରାଣ ହରାଇଥିବାବେଳେ ୨୯୮ଟି ମାଛଧରା ଡ଼ଙ୍ଗା ନଷ୍ଟ ହୋଇଛି । 
 

15/10/2018

Leave a Reply

Your email address will not be published. Required fields are marked *

Comments