Bikash Khabar
ସିଗ୍ନେଚର ବ୍ରିଜର ଲୋକାର୍ପଣ ଆଜି, ଯମୁନା ନଦୀ ଉପର ଏହି ପୋଲ ପାଲଟିବ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ

ଯମୁନା ନଦୀ ଉପରେ ନିର୍ମିତ ସିଗ୍ନେଚର ବ୍ରିଜ ଆଜି ଲୋକାର୍ପିତ ହେବ । ଦିଲ୍ଲୀର ଏଫିଲ ଟାୱାର କୁହାଯାଉଥିବା ଏହି ବ୍ରିଜ ଉତ୍ତରପୂର୍ବ ଦିଲ୍ଲୀ ମଧ୍ୟରେ ଗମନାଗମନକୁ ବ୍ୟବସ୍ଥିତ କରିବ । ଏହା ଦ୍ୱାରା ଭ୍ରମଣ ସମୟ ହ୍ରାସ ପାଇବା ସହ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବେ ମନୋରଞ୍ଜନ କରିପାରିବ । ୧୯୯୭ରେ ଏହି ପୋଲ ପାଇଁ ୪୬୪ କୋଟି ଟଙ୍କା ଖର୍ଚ୍ଚର ଆକଳନ ହୋଇଥିବା ବେଳେ ଏଥିରେ ୧୫୯୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

ସିଗ୍ନେଚର ବ୍ରିଜର ଉଚ୍ଚତା ୧୫୪ ମିଟର ଥିବାବେଳେ ଏଥିରେ ୪ଟି ଲିଫ୍ଟ ରହିଛି । ଲିଫ୍ଟ ଦ୍ୱାରା ଲୋକମାନେ ଏହା ଉପରେ ପହଂଚି ସମ୍ପୂର୍ଣ୍ଣ ଦିଲ୍ଲୀକୁ ଦେଖିପାରିବେ । ଏହି ବ୍ରିଜ ଦିଲ୍ଲୀର ପର୍ଯ୍ୟଟନ ସୂଚୀରେ ଆଉ ଏକ ନୂଆ ସ୍ଥାନ ଭାବେ ଯୋଡ଼ି ହୋଇଯାଇଛି । ୨୦୦୪ରେ ବ୍ରିଜ ନିର୍ମାଣର ପ୍ରସ୍ତାବ ଉଠିଥିଲା ଏବଂ ୨୦୦୭ରେ ଦିଲ୍ଲୀ କ୍ୟାବିନେଟ୍ ଏହାର ମଞ୍ଜୁରୀ ଦେଇଥିଲା । ୨୦୧୦ରେ କାମ ସରିବ ବୋଲି ପ୍ରସ୍ତାବ ଥିଲା କିନ୍ତୁ ଏହା ୮ ବର୍ଷ ବିଳମ୍ବରେ ୨୦୧୮ରେ ସରିଛି । 
 

04/11/2018

Leave a Reply

Your email address will not be published. Required fields are marked *

Comments