Bikash Khabar
କମିଲା ସାମାନ୍ୟ ଜ୍ୱର ପୀଡ଼ା : ଆଜି ଚକା ବିଜେ, ପହଞ୍ଚିଲା ଫଳ ଭାର

  ମହାପ୍ରଭୁଙ୍କ ଜ୍ୱର ପୀଡ଼ା କମିଛି । ରବିବାର ଉଠି ବସିବେ ମହାପ୍ରଭୁ । ଚକା ଉପରେ ବିଜେ କରାଯିବ । ଶ୍ରୀଜୀଉଙ୍କୁ ଚକଟା ଓ ପଣା ଭୋଗ କରାଯିବ । ଶ୍ରୀଜୀଉଙ୍କ ଅଙ୍ଗରେ ହେବ ଖଳି ଲାଗି । ରାଜବୈଦ୍ୟ ଦଶମୂଳ ମହୌଷଧି ପ୍ରସ୍ତୁତ କରିଛନ୍ତି । ତାହାକୁ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ପ୍ରଭୁଙ୍କ ସୁସ୍ଥ ହେବାର ଖବର ଦଇତା ପତିମାନେ ଗଜପତି ମହାରାଜାଙ୍କୁ ଜଣାଇବେ । ରାଜବୈଦ୍ୟ ଶାଳପର୍ଣ୍ଣି, ଗତ୍ନାରୀ, ନବାଙ୍ଗ କୋଳି, ପଣପଣା, କୁଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖିଆ, ଅଙ୍କରାତି, ଗୋଖରା ଛେଲିରେ  ଦଶମୂଳ ପ୍ରସ୍ତୁତ କରିଛନ୍ତି । ଏସବୁକୁ ଚୂର୍ଣ୍ଣ କରି ବଟି ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କୁ ଅର୍ପଣ କରାଯିବ ଶ୍ରୀଜୀଉ ଅସୁସ୍ଥ ଥିବାରୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାତୀ ଆଖଡ଼ା ମଠ ସମେତ କାକଟପୁର ମହର୍ଷି ବିଶ୍ୱାମିତ୍ର ଆଶ୍ରମ ପକ୍ଷରୁ ଶନିବାର ଫଳ ଭାର ଆସି ପହଂଚିଛି । ଆମ୍ବ, ପଣସ, ସପୁରି ଓ କଦଳୀ ଫଳକୁ ଅଣସର ଘରେ ଅର୍ପଣ କରାଯିବ । 

08/07/2018

Leave a Reply

Your email address will not be published. Required fields are marked *

Comments