Bikash Khabar
ଆଜି ବିଶ୍ୱ ଡ଼ାଇବେଟିସ ଦିବସ, ସଚେତନତା ଦିଗରେ ପରିବାରର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ଡ଼ାଇବେଟିସ୍ ଦିବସ ଭାବେ ପାଳନ କରାଯାଇଥାଏ । ଡ଼ାଇବେଟିସ ବା ମଧୁମେହକୁ ନୀରବ ଘାତକ ବୋଲି କୁହାଯାଏ । ଯଦି ଆରମ୍ଭରୁ ଏହି ରୋଗ ଚିହ୍ନଟ ହୁଏ ଓ ଡ଼ାକ୍ତରଙ୍କ ପରାମର୍ଶ ଲୋଡ଼ା ଯାଏ ତେବେ ଡ଼ାଇବେଟିସ ନିୟନ୍ତ୍ରଣରେ ରହିଥାଏ ।

ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଯୋଗୁ ଏହି ରୋଗ ହେବା ସହ ଅନ୍ୟ କେତେକ ରୋଗର କାରଣ ସାଜିଥାଏ । ରକ୍ତରେ ସୁଗାରର ସ୍ତର ବଢିଗଲେ ତାହା ଡ଼ାଇବେଟିସର କାରଣ ହୋଇଥାଏ । ତେଣୁ ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା ସହିତ ସୁଗାର ପରିମାଣ ଜାଣି ଚିକିତ୍ସା କରିବା ଆବଶ୍ୟକ । ଡ଼ାଇବେଟିସ ରୋଗର କାରଣ ଓ ନିୟନ୍ତ୍ରଣରେ ରଖିବା ପାଇଁ କୌଶଳକୁ ପାଳନ କରିବା ଅପରିହାର୍ଯ୍ୟ । ଜୀବନଶୈଳୀ,  ଖାଦ୍ୟପେୟ, ନିୟମିତ ବ୍ୟାୟାମ, ପ୍ରତିଦିନ ଅଧ ଘଣ୍ଟାଏ ପ୍ରାତଃ ଭ୍ରମଣ ଓ ସାଇକେଲିଂ ଦ୍ୱାରା ଏହାର ମୁକାବିଲା କରାଯାଇପାରିବ । ଚଳିତ ବର୍ଷ ଇଣ୍ଟରନ୍ୟାସନାଲ ଡ଼ାଇବେଟିସ ଫେଡ଼େରେସନ ପକ୍ଷରୁ ଏକ ଦୁଇ ବର୍ଷିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ଅବଧି ମଧ୍ୟରେ ଜନ ସଚେତନତା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିର ହୋଇଛି । 
 

14/11/2018

Leave a Reply

Your email address will not be published. Required fields are marked *

Comments