Bikash Khabar
ଆଜି ବିଶ୍ୱ ହାତ ଧୁଆ ଦିବସ, ହାତ ଧୋଇବା ପାଇଁ ନିଶ୍ଚିତ ଦିଅନ୍ତୁ ୨୦ ସେକେଣ୍ଡ ସମୟ

ସାରା ବିଶ୍ୱରେ ଅକ୍ଟୋବର ୧୫କୁ ବିଶ୍ୱ ହାତଧୁଆ ଦିବସ ଭାବେ ପାଳନ କରାଯାଉଛି । ହାତ ଧୋଇବା ପାଇଁ ନିର୍ଦ୍ଦିଷ୍ଟ ଏକ ସମୟ ଓ ନିର୍ଦ୍ଦିଷ୍ଟ ଏକ କୌଶଳ ରହିଛି । ସଠିକ୍ ଭାବେ ହାତ ଧୋଇ ପାରିବା ଜାଣିଲେ ଆପଣ ଅନେକ ପ୍ରକାର ରୋଗ ଓ ସଂକ୍ରମଣରୁ ରକ୍ଷା ପାଇପାରିବେ ।
ପ୍ରଥମେ ହାତକୁ ପାଣିରେ ଧୋଇ ଦିଅନ୍ତୁ । ତା ପରେ ସାବୁନ ଲଗାନ୍ତୁ । ଦୁଇ ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ଘଷନ୍ତୁ । ଆଗ ଓ ପଛ ପଟ ପାପୁଲିକୁ ଘଷନ୍ତୁ । ନଖରେ ପାପୁଲିକୁ ଘଷନ୍ତୁ । ଅଙ୍ଗୁଳି ସନ୍ଧି ଗୁଡ଼ିକ ଘଷନ୍ତୁ । ପରେ ପୁଣି ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ନିଜର ରୁମାଲ କିମ୍ବା ତଉଲିଆରେ ହାତକୁ ପୋଛି ଦିଅନ୍ତୁ । ଅପରିଷ୍କାର ହାତରେ ଖାଦ୍ୟ ଖାଇବା ଦ୍ୱାରା ଦେହ ଭିତରକୁ ଅନେକ ପ୍ରକାର ଜୀବାଣୁ ଯାଇଥାଏ ଏହି ତଥ୍ୟ ୧୮୪୬ ମସିହାରୁ ଜଣାଯାଇଛି । ରୋଷେଇ କରିବା, ଖାଦ୍ୟ ଖାଇବା ଓ ଖାଦ୍ୟ ପରଷିବା ପୂର୍ବରୁ ହାତ ଧୋଇବା ଉଚିତ । ଶୌଚ ପରେ ନାକ ଓ ମୁହଁରେ ହାତ ଦେଇ ଛିଙ୍କିବା ପରେ ଓ ସସସ୍ତ ପ୍ରକାର ରସାୟନିକ ଦ୍ରବ୍ୟ ବ୍ୟବହାର କରିବା ପରେ ଓ ପୋଷା ଜୀବଜନ୍ତୁଙ୍କ ସହ ଖେଳିବା ପରେ ଓ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଭେଟିବା ପରେ ଭଲ ଭାବେ ହାତ ଧୋଇବା ଉଚିତ । 
 

15/10/2018

Leave a Reply

Your email address will not be published. Required fields are marked *

Comments