Bikash Khabar
ଅନ୍ତଃରାଷ୍ଟ୍ରିୟ ସାକ୍ଷରତା ଦିବସ : ଜାଣନ୍ତୁ କେତେ ସଫଳତା ସାଉଁଟିଛି ଭାରତ

ଆଜି ସାରା ବିଶ୍ୱରେ ୫୨ତମ ଅନ୍ତଃରାଷ୍ଟ୍ରିୟ ସାକ୍ଷରତା ଦିବସ ପାଳନ କରାଯାଉଛି । ୧୯୬୬ରେ ୟୁନେସ୍କୋ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି ଆଭିମୁଖ୍ୟ ରଖି ଏଭଳି ଏକ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରତି ବର୍ଷ ସେପ୍ଟେମ୍ବର ୮ରେ ଏହାକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି ।
ଦେଶରେ ଦାରିଦ୍ର‌୍ୟ ଦୂରୀକରଣ, ଶିଶୁ ମୃତ୍ୟୁ ହ୍ରାସ, ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ, ଲିଙ୍ଗଗତ ଅସମାନତା ଦୂର କରିବା ଅତ୍ୟନ୍ତ ଜରୁରୀ । ଏହା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ସମସ୍ତେ ସାକ୍ଷରତା ହୋଇପାରିବେ । ପଢା, ଲେଖା ସହିତ ନିଜ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇପାରିଲେ ଦେଶ ବିକାଶ ମାର୍ଗରେ ଅଗ୍ରସର ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଭାରତ ସାକ୍ଷରତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଜାରୀ ରଖିଛି ।
ବର୍ତ୍ତମାନର ପରିସଂଖ୍ୟାନ ଅନୁଯାୟୀ ଆମ ଦେଶରେ ୭୦.୪ ପ୍ରତିଶତ ଜନଗଣ ସାକ୍ଷର । ସବୁଠୁ ଆଗରେ ରହିଛି କେରଳ । କେରଳରେ ୯୩.୯୧ ପ୍ରତିଶତ ସାକ୍ଷର ବିହାର ରହିଛି ସମସ୍ତଙ୍କ ଠାରୁ ପଛରେ । ବିହାରରେ ୬୩.୮୨ ପ୍ରତିଶତ ଲୋକ ସାକ୍ଷର ହୋଇପାରିଛନ୍ତି । 
 

08/09/2018

Leave a Reply

Your email address will not be published. Required fields are marked *

Comments