Bikash Khabar
ଆଜି ଜାତୀୟ ବନ ସହୀଦ ଦିବସ : ଜଙ୍ଗଲ ପାଇଁ ଆତ୍ମବଳୀ ଦେଇଥିବା ସହୀଦଙ୍କୁ ମନେ ପକାଇଲା ସାରା ଦେଶ

ଆଜି ସାରା ଦେଶରେ ଜାତୀୟ ବନ ସହୀଦ ଦିବସ ପାଳନ କରାଯାଉଛି । ଜଙ୍ଗଲ ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ବନ ବିଭାଗ କର୍ମକର୍ତ୍ତାଙ୍କ ସ୍ମୃତି ପାଇଁ ପ୍ରତିବର୍ଷ ଏଭଳି ଏକ ଦିବସ ପାଳନ କରାଯାଏ । ଡ଼େରାଡ଼ୁନର ବନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସହୀଦ ବନ କର୍ମଚାରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସେହିପରି ଭୋପାଳ ଠାରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେଷ୍ଟ ମେନେଜମେଣ୍ଟ ପରିସରରେ ଦେଶର ବନ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା ।
୧୯୬୬ରୁ ୨୦୧୬ ମଧ୍ୟରେ ଜଙ୍ଗଲଦସ୍ୟୁ ବିରାପ୍ପାନା ଦ୍ୱାରା ୩୯ ଜଣ ବନବିଭାଗ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । କେବଳ ସେତିକି ନୁହେଁ ଦେଶରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଶହ ଶହ ବନ କର୍ମଚାରୀ ଆତ୍ମ ବଳିଦାନ ଦେଇଛନ୍ତି । 
 

11/09/2018

Leave a Reply

Your email address will not be published. Required fields are marked *

Comments