Bikash Khabar
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ, କୃଷି ଭିତ୍ତିକ ଏହି ପ୍ରମୁଖ ପର୍ବ ପାଇଁ ଚଳଚଞ୍ଚଳ ଗାଁ ଓ ସହର

ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଚଳଚଂଚଳ ହୋଇଉଠିଛି । ଗାଁ ଠାରୁ ସହର ଗହ ଗହ ମହମହ ମୟ ପରିବେଶ । ପଶ୍ଚିମ ଓଡ଼ିଶାର ଏହି ପାରମ୍ପରିକ କୃଷିଭିତ୍ତିକ ଗଣପର୍ବ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମୀ ବା ଋଷି ପଂଚମୀ ତିଥିରେ ପାଳିତ ହୋଇଥାଏ ।
ଆଜିର ଦିନରେ କୃଷକ ନୁଆ ଲୁଗା ପିନ୍ଧି କ୍ଷେତକୁ ଯାଆନ୍ତି । କ୍ଷୀର, ଅରୁଆ ଚାଉଳ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ ସହ ଭୂଦେବୀ (ଧରଣୀମାତା) ଓ ଶ୍ରୀଦେବୀ (ଲକ୍ଷ୍ମୀମାତା)ଙ୍କ ପୂଜାରୀତି କରନ୍ତି । ନୁଆ ଫଳିଥିବା ଧାନକେଣ୍ଡା ଧରି ଘରକୁ ଆଣନ୍ତି । କେଣ୍ଡାରୁ ଧାନବାଛି ପଂଚାମୃତ ମିଶାଇ ଭୋଗ ହୁଏ । ଦେବଦେବୀ ଓ ପିତୃପୁରୁଷଙ୍କୁ ଅର୍ପଣ ହୁଏ । ପରିବାରର ସମସ୍ତେ ଏକାଠି ବସି ନବାନ୍ନ ସାରନ୍ତି । ପ୍ରସାଦ ସେବନ ପରେ କନିଷ୍ଠମାନେ ବରିଷ୍ଠମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି । ବାହାରେ ରହୁଥିବା ଲୋକମାନେ ନୁଆଖାଇ ପୂର୍ବରୁ ଗାଁକୁ ଫେରିଥାନ୍ତି । ନୁଆଖାଇରେ ନୁଆ ଲୁଗା ପରିଧାନ କରିବା, ନୂଆ ଅନ୍ନ ଭୋଗ ଏକାଠି ବସି ସେବନ କରିବା ଓ ଘରକୁ ଘର ବୁଲି ବରିଷ୍ଠମାନଙ୍କ ଆଶୀର୍ବାଦ ନେବା ଏହି ପର୍ବର ବୈଶିଷ୍ଟ୍ୟତା । 
 

14/09/2018

Leave a Reply

Your email address will not be published. Required fields are marked *

Comments