Bikash Khabar
ଆଜି ଶିଶୁ ଶ୍ରମିକ ନିରୋଧ ଦିବସ: କରୋନା କାଳ ରେ ସେମାନଙ୍କ ସୁରକ୍ଷା ଜରୁରୀ

 ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ। ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପ୍ରତି ବର୍ଷ ଜୁନ୍୧୨ରେ ସାରା ବିଶ୍ୱରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁ ଶ୍ରମିିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛିି ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଫଳରେ ସେମାନେ ଶୋଷଣ ନିର୍ଯାତନାର ଶିକାର ହେଉଛନ୍ତି ସେମାନଙ୍କୁ ବାହାରକୁ ଚାଲାଣ କରାଯାଉଛି। ଅନେକେ ମଧ୍ୟ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଜାତିସଂଘ ହିସାବ ମୁତାବକ ସମଗ୍ର ବିଶ୍ୱରେ ୧୫. କୋଟି ଶିଶୁ ଶ୍ରମିକଙ୍କ ମଧ୍ୟରୁ . କୋଟି ଅତି କଠିନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ପ୍ରତିଶତ କୃଷି କ୍ଷେତ୍ରରେ,୧୭ ପ୍ରତିଶତ ସର୍ଭିସ କ୍ଷେତ୍ରରେ ଏବଂ ୧୨ ପ୍ରତିଶତ ଖଣି ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି ଆମ ଦେଶରେ କୋଟିରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ରହିଛନ୍ତି। ଦାରିଦ୍ର୍ୟ ହିଁ ଜନ୍ମ ଦେଉଛି ଶିଶୁ ଶ୍ରମିକ। ଅର୍ଥାତ୍ଦାରିଦ୍ର୍ୟ ଦୂର ହେଲେ କୌଣସି ଆଇନ କିମ୍ବା ଯୋଜନାରୁ ସୁଫଳ ମିଳିବ ନାହିଁ। ଦାରିଦ୍ର୍ୟ, କ୍ଷୁଧା ରୋଗ ଦୂରୀକରଣ ପାଇଁ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟ ଏଯାବତ ପୂରଣ ହୋଇପାରି ଥିବାରୁ ଶିଶୁ ଶ୍ରମିକକୁ ରୋକିବା କଷ୍ଟକର ହୋଇପଡିଛି। ମହାମାରୀ କରୋନା ଯୋଗୁ ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ଲକ୍ଷ ଲକ୍ଷ ଅସହାୟ ଶିଶୁ ଶ୍ରମିକ ପାଲଟିବେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। କୋଭିଡ-୧୯ ମହାମାରୀ ସମୟରେ ଏବେ ଶିଶୁ ଶ୍ରମିକଙ୍କ ସୁରକ୍ଷା ଉପରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ଯାହା ଉପରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ, ୨୦୨୦ ଅଧିକ ଧ୍ୟାନ ଦେଇଛି।

12/06/2020

Leave a Reply

Your email address will not be published. Required fields are marked *

Comments