Bikash Khabar
ଆଜି ବିଶ୍ୱ ରକ୍ତ ଦାତା ଦିବସ ,ରକ୍ତଦେଇ ଜୀବନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ଦିନଟିଏ

ଆଜି ଏମିତି ଏକ ଦିବସ ପାଳନ କରାଯାଉଛି ,ଯେଉଁଠି ରକ୍ତଦେଇ ଜୀବନ ବଞ୍ଚାଉଥିବା ପ୍ରକୃତ ହିରୋ ମାନଙ୍କ ଜୟଗାନ ସହିତ  ସମାଜ କୁ ଗର୍ବିତ ହେବାପାଇଁ ସୁଯୋଗ ଦିଆଯାଇଛି ସାରା ବିଶ୍ୱ ପାଇଁ ବିଶୁଦ୍ଧ ରକ୍ତର ଆବଶ୍ୟକତା ରହିଛି। ରୋଗୀ ଚିକିତ୍ସା ଏବଂ ଜରୁରୀ ଆବଶ୍ୟକତା ପାଇଁ ରକ୍ତ ଦରକାର। ମାତ୍ର  ରକ୍ତଚାପ,ବହୁମୁତ୍ର ରୋଗୀ ସଂଖ୍ୟା ବୃଦ୍ଧି ଆଦି କାରଣରୁ ବିଶୁଦ୍ଧ ରକ୍ତ ମିଳିବା ଦିନକୁଦିନ  ସଂକୁଚିତ ହୋଇଯାଉଛି। କାରଖାନା ବସାଇ ରକ୍ତ ଉତ୍ପାଦିତ କରାଯାଇପାରିବ ନାହିଁ ଗୋଟିଏ ବାଟ ରକ୍ତଦାନ ଶିବିର ଆୟୋଜନ କରି ଦାତା ମାନଙ୍କ  ଜରିଆରେ ସଂଗ୍ରହ କରାଯାଇ ଜୀବନ ବଂଚାଯାଇ ପାରିବ ରକ୍ତ ଦାତା ମାନଙ୍କୁ ସମ୍ବର୍ଦ୍ଧିତ କରି ଅନ୍ୟମାନଙ୍କୁ ରକ୍ତଦାନ ଦିଗରେ ପ୍ରବର୍ତ୍ତାଇବା ଏଭଳି ଏକ ଦିବସ ପାଳନ ପ୍ରମୁଖ ଆଭିମୁଖ୍ୟ ସାରା ବିଶ୍ଵବ୍ୟାପୀ ରକ୍ତଦାନ ଦିଗରେ ସଚେତନତା କରାଯିବ ନେଇ ଏହି ଦିବସ ପାଳନ କରାଯାଉଛି।

14/06/2020

Leave a Reply

Your email address will not be published. Required fields are marked *

Comments