Bikash Khabar
ଦେଶର ୪ଟି ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ, ଯେଉଁଠି ସଜାଡ଼ି ହୋଇଯାଇଥାଏ ପ୍ରତ୍ୟେକ ବିଦ୍ୟାର୍ଥିଙ୍କ ଭାଗ୍ୟ

ବେରୋଜଗାରର କାରଣ ଚାକିରିର ଅଭାବ ନୁହେଁ ବରଂ ଦକ୍ଷତା ଓ ଆବଶ୍ୟକ ଶିକ୍ଷାର ଅଭାବ ବୋଲି ନିଯୁକ୍ତି ପ୍ରଦାନକାରୀ ଅନେକ ସଂସ୍ଥା କହିଥାନ୍ତି । ଦେଶରେ ଅନେକ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ଯାହା ଓ ଶିକ୍ଷାର ମାନ ଯାହା ସେଠାରେ ଭବିଷ୍ୟତ ଗଢିବା ଏକ ପ୍ରକାର ଅସମ୍ଭବ ବୋଲି ଚର୍ଚ୍ଚା ହୋଇଥାଏ । ହେଲେ ଆମ ଦେଶରେ ମଧ୍ୟ ଏପରି କିଛି ବିଶ୍ୱବିଦ୍ୟାଳୟ ରହିଛି ଯେଉଁଠି ପାଠ ପଢିଲେ ଭବିଷ୍ୟତ ଚମକି ଥାଏ ବୋଲି ବିଶେଷଜ୍ଞ ମାନଙ୍କ ଧାରଣା । ଏପରି ୪ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ । ୟୁପିରେ ଥିବା ଏହି ବିଶ୍ୱବିଦ୍ୟାଳୟ ବିଏଚୟୁ ବା କାଶି ବିଶ୍ୱବିଦ୍ୟାଳୟ ନାମରେ ଜଣାଶୁଣା । ଏଠାରେ ୩୫ଟି ଦେଶର ଛାତ୍ରଛାତ୍ରୀ ପଢିଥାନ୍ତି । ୧୯୧୬ରେ ଏହା ସ୍ଥାପନ କରାଯାଇଛି । ଦିଲ୍ଲୀରେ ରହିଛି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ । ଏଠାରେ ୮ ହଜାର ଛାତ୍ରଛାତ୍ରୀ ପଢନ୍ତି । ୧୯୬୯ରେ  ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ଦେଶର ସବୁଠୁ ବଡ଼ ଶିକ୍ଷା ଅନୁଷ୍ଠାନ । କୋଲକତା ବିଶ୍ୱବିଦ୍ୟାଳୟ ୧୮୫୭ରେ ସ୍ଥାପନା ହୋଇଛି । ଏହା ସମଗ୍ର ଏସିଆରେ ୧୪୯ତମ ର‌୍ୟାଙ୍କ ପାଇଛି । ଦେଶର ସବୁଠୁ ବଡ଼ ନେନୋ ଟେକ୍ନୋଲଜି ସେଂଟର ଏଠାରେ ରହିଛି । ୧୯୨୨ରେ ପ୍ରତିଷ୍ଠିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ କୋଟିଏ ଟଙ୍କା ପ୍ୟାକେଜରେ ନିଯୁକ୍ତି ମିଳିଥିବା ଜଣାଯାଏ । ଭଲ ଶିକ୍ଷା ଓ ଚାକିରୀ ପାଇଁ ଏହି ସବୁ ବିଶ୍ୱବିଦ୍ୟାଳୟ ନିଆରା ସ୍ଥାନ ହାସଲ କରିଛି ।

02/03/2019

Leave a Reply

Your email address will not be published. Required fields are marked *

Comments