Bikash Khabar
ପୁରୀ ସାହିଯାତରେ ସାମିଲ ହେବ ପାରମ୍ପରିକ ନୃତ୍ୟ

ଏପ୍ରିଲ ୧୩ରୁ ଶ୍ରୀକ୍ଷେତ୍ରର ସାହି ଗୁଡ଼ିକ କମ୍ପିବ । ପରମ୍ପରା ଓ ପର୍ବର ମହକ ନେଇ ଆୟୋଜିତ ହେବ ସାହିଯାତ । ଏଥିରେ ସାମିଲ ହେବେ ଶ୍ରୀକ୍ଷେତ୍ରର ସାତ ସାହି ଆଖଡ଼ା । ଚଳିତ ବର୍ଷ ଏହି ପାରମ୍ପରିକ ସାହିଯାତକୁ ସରସ ସୁନ୍ଦର କରିବା ପାଇଁ ପ୍ରଥମ ଥର ପାଇଁ ଓଡ଼ିଶାର ପାରମ୍ପରିକ ନୃତ୍ୟକୁ ସାମିଲ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସଦଭାବନା ସଭା ଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଏଥିରେ ଅଧ୍ୟକ୍ଷତା କରି ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଥିବା ଶ୍ରୀରାମ ଲୀଳା ତଥା ସାହିଯାତର ସାତ ସାହି ଆଖଡ଼ା ସମେତ ରାଜ୍ୟର ପାରମ୍ପରିକ ନୃତ୍ୟର ଆୟୋଜନ ପାଇଁ ସୂଚନା ପ୍ରଦାନ କରିଥିଲେ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଲୋକଙ୍କୁ ସାହିଯାତ ସଂପର୍କରେ ଅବଗତ କରାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍କ୍ରୋଲିଂ ମାଧ୍ୟମରେ ସୂଚନା ଉପଲବ୍ଧ କରାଯିବ । ପୁରୀର ବିଭିନ୍ନ ସାହି ଜାଗା ଆଖଡ଼ା ମଧ୍ୟରେ ସମନ୍ୱୟ ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

13/03/2019

Leave a Reply

Your email address will not be published. Required fields are marked *

Comments