Bikash Khabar
ନୋଇଡ଼ାର ଟ୍ରାଫିକ ଡ଼ାକ୍ତର

କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ ସମାଜରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟାଭିିଡ଼ି ବାହାରକୁ ଆସନ୍ତି । ସମସ୍ତ ପ୍ରକାର ପ୍ରତିକୁଳ ପରିସ୍ଥିତିରେ ଲଢି ଶେଷରେ ସଫଳ ବି ହୁଅନ୍ତି । ଏଭଳି ଜଣେ ସମାଜସେବୀ ହେଉଛନ୍ତି ନୋଏଡ଼ାରେ ରହୁଥିବା ଜଣେ ଡ଼ାକ୍ତର । ପେସାରେ ଡ଼ାକ୍ତର କିନ୍ତୁ ନିଶା ତାଙ୍କର ଟ୍ରାଫିକ ନିୟନ୍ତ୍ରଣ ଓ ସଚେତନତା । ଲୋକେ ତାଙ୍କୁ ଟ୍ରାଫିକ ଡ଼ାକ୍ତର ନାମରେ ଚିହ୍ନନ୍ତି ।

ଡ଼ାକ୍ତର କୃଷ୍ଣ ଯାଦବ ଜଣେ ଆୟୁର୍ବେଦିକ ଡ଼ାକ୍ତର ।  ବୟସ ୫୦ ବର୍ଷ । ଟ୍ରାଫିକ ନିୟନ୍ତ୍ରଣରେ ତାଙ୍କର ଆଗ୍ରହ ତାଙ୍କୁ ସଡ଼କ ଉପରେ ଠିଆ କରାଇଛି । ସେ ପାରିଶ୍ରମିକ ଦାବୀ କରନ୍ତି ନାହିଁ କି କାମ ସହ ସାଲିସ କରନ୍ତି ନାହିଁ । ସଡ଼କରେ ଟ୍ରାଫିକ ସମ୍ଭାଳିବା ପାଇଁ ସେ କଠିନ ମେହନତ କରନ୍ତି । ହାତରେ ମାଇକ ଧରି ସେ ଟ୍ରାଫିକ ବାବଦରେ ସୂଚନା ଦିଅନ୍ତି । ସଚେତନତା କରନ୍ତି । ନୋଏଡ଼ା ଶିବମନ୍ଦିର, ସେକ୍ଟର ୧୨-୨୨ରେ ରହନ୍ତି କୃଷ୍ଣ । ପ୍ରତିଦିନ ସକାଳ ୮ରୁ ୧୦ ଯାଏ ଦୁଇଘଣ୍ଟା ତାଙ୍କ ଠିକଣା ପାଲଟିଯାଏ ସଡ଼କ । ହାତରେ ଡ଼ାକବାଜି ଯନ୍ତ୍ର ସାଙ୍ଗକୁ ଲିଫଲେଟ ଦେଇ ସେ ସଚେତନତା କରାନ୍ତି । ସିଟ୍ ବେଲ୍ଟ, ହେଲମେଟ ପିନ୍ଧିବା ପାଇଁ ପରାମର୍ଶ ଦିଅନ୍ତି । ନୋଏଡ଼ାର ଏହି ଟ୍ରାଫିକ ଡ଼ାକ୍ତର ଯାଦବ କହନ୍ତି ପାଖାପାଖି ୫୦ ପ୍ରତିଶତ ନୋଏଡ଼ା ଯାତ୍ରୀ ହେଲମେଟ ପିନ୍ଧନ୍ତି ନାହିଁ । ୨୫ରୁ ୩୦ ପ୍ରତିଶତ ସିଟ ବେଲ୍ଟ ବାନ୍ଧନ୍ତି ନାହିଁ ଓ ୮ରୁ ୧୦ ପ୍ରତିଶତ ଡ଼୍ରାଇଭିଂ ବେଳେ ମୋବାଇଲିରେ ଗପନ୍ତି । ନୋଏଡ଼ାରେ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କୃଷ୍ଣଙ୍କ ଉଦ୍ୟମ ଜାରୀ ରହିଥିବା ଜଣାପଡ଼ିଛି । 
 

05/12/2018

Leave a Reply

Your email address will not be published. Required fields are marked *

Comments