Bikash Khabar
ଭାରତୀୟ ରେଳର ନୂଆ ପ୍ରକଳ୍ପ, କେବଳ ୫ ମିନିଟରେ ଟ୍ରେନରେ ଭର୍ତ୍ତି କରାଯାଇପାରିବ ପାଣି

ଆମ ମଧ୍ୟରୁ ଅନେକ ଟ୍ରେନର ଲମ୍ବା ଯାତ୍ରାବେଳେ ଶୌଚାଳୟ ବ୍ୟବହାର କରିବାକୁ ଯାଇ ପାଣିନଥିବା ସମସ୍ୟାର ସମ୍ମୁଖୀନ ହୋଇଥାଇପାରନ୍ତି । ଏକଥା ସତ୍ୟ ଯେ ଭାରତୀୟ ରେଳ ତାର ଗନ୍ତବ୍ୟ ପଥରେ ପ୍ରତି ୩୦୦-୪୦୦ କିମି ଦୂରରେ ପାଣି ଭର୍ତ୍ତି କରାଇଥାଏ । ଏ କ୍ଷେତ୍ରରେ ପାଣି ସରିଯିବା ଏକ ସାଧାରଣ ସମସ୍ୟା ।

ଏହି ସମସ୍ୟାକୁ ସମାଧାନ କରିବା ପାଇଁ ରେଲୱେ ଏକ ନୂଆ ସିଷ୍ଟମ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି । ଏହାର ବଜେଟ ୩୦୦ କୋଟି ଟଙ୍କା ହେବ । ଏହି ନୁଆ ସିଷ୍ଟମରେ ମାତ୍ର ୫ ମିନିଟ ମଧ୍ୟରେ ଟ୍ରେନରେ ପାଣି ରିଫିଲ କରାଯାଇପାରିବ । ପୂର୍ବରୁ ପାଣି ଭର୍ତ୍ତି କରିବା ପାଇଁ ଟ୍ରେନକୁ ୨୦ ମିନିଟ ଲାଗୁଥିଲା । ଆଗରୁ ଟ୍ରେନରେ ପାଣି ଭର୍ତ୍ତି କରିବା ପାଇଁ ୪ ଇଂଚର ପାଇପ୍ ବ୍ୟବହାର ହେଉଥିଲା । ଏବେ ୬ ଇଂଚର ପାଇପ୍ ବ୍ୟବହାର ହେବ । ଏହା ସହିତ ଉଚ୍ଚ କ୍ଷମତା ସଂପନ୍ନ ମୋଟର ଖଞ୍ଜାଯିବ । ଟ୍ରେନରେ ପାଣି କମ୍ପ୍ୟୁଟରୀକୃତ ପ୍ରଣାଳୀ ଏସସିଏଡ଼ିଏ(ସୁପର ଭାଇଜରୀ କଣ୍ଟ୍ରୋଲ ଆଣ୍ଡ ଡ଼ାଟା ଏକ୍ନିଜିଜେସନ) ଦ୍ୱାରା ଭର୍ତ୍ତି କରାଯିବ । ଏହାକୁ ଦି ରିସର୍ଚ୍ଚ ଡ଼ିଜାଇନ ଆଣ୍ଡ ଷ୍ଟାଣ୍ଡାର୍ଡ଼ ଅର୍ଗାନାଇଜେସନ ଡ଼ିଜାଇନ କରିଛି ।
ଏହି ପ୍ରକଳ୍ପ ଫଳରେ ଆଉ ଯାତ୍ରୀମାନେ ନିଜର ଯାତ୍ରାକାଳରେ ଟ୍ରେନରୁ ପାଣି ସରିଯାଇଥିବା ଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ରେଲୱେ ପକ୍ଷରୁ କୁହାଯାଇଛି । 
 

12/12/2018

Leave a Reply

Your email address will not be published. Required fields are marked *

Comments