Bikash Khabar
ଗାଡ଼ି ଯାଞ୍ଚ ବ୍ୟବସ୍ଥା ହେବ ଡ଼ିଜିଟାଲ

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ମୋବାଇଲି ଆପସ ବିକଶିତ କରିଛନ୍ତି । ଯାହା ଡ଼ିଜିଲକର ଏବଂ ଏମ ପରିବହନ ନାମରେ ପରିଚିତ । ଏହି ଆପକୁ ଆଂଚଳିକ ପରିବହନ ଅଧିକାରୀମାନେ ଗାଡ଼ି ଯାଂଚ ପାଇଁ ବ୍ୟବହାର କରିବେ । ଯାଂଚ ବେଳେ ଗାଡ଼ିଚାଳକ ଗାଡ଼ିର କାଗଜ ପତ୍ର ପାଖରେ ରଖି ଦେଖାଇବା ବଦଳରେ ସଫ୍ଟ କପି ଦେଖାଇପାରିବେ । ଇଲୋକ୍ଟ୍ରୋନିକ ଡ଼ାଟାବେସରେ ଚାଳକଙ୍କ ଡ଼୍ରାଇଭିଂ ଲାଇସେନ୍ସ ଓ ଆରସି ବୁକ୍ ଆଦି ସାଇତା ହୋଇ ରହିପାରିବ । ଏହି ତଥ୍ୟ ଆଇନଗତ ମାନ୍ୟତା ଦେବ ।
ପ୍ରତ୍ୟେକ ଆଂଚଳିକ ପରିବହନ ଅଧିକାରୀଙ୍କୁ ଏ ସମ୍ପର୍କରେ ପରିବହନ କମିସନର ଅବଗତ କରାଇଛନ୍ତି । ଡ଼ିଜିଲକର ଓ ଏମ ପରିବହନ ମୋବାଇଲି ଆପରେ ଉପଲବ୍ଧ ଡ଼କ୍ୟୁମେଣ୍ଟକୁ ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ । ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ ଏହା ବୈଧ ହେବ । ଏହା ଦ୍ୱାରା ଡ଼କ୍ୟୁମେଣ୍ଟ ଗୁଡ଼ିକ ନଷ୍ଟ ହୋଇଯିବାର କିମ୍ବା ହଜିଯିବା ଓ ଚୋରୀ ହୋଇଯିବାର ଆଶଙ୍କା ରହିବ ନାହିଁ । ଗାଡ଼ି ଚାଳକ ମୋବାଇଲି ଫୋନରୁ ପ୍ରମାଣ ପତ୍ର ଦେଖାଇ ଯାତାୟତ କରିପାରିବେ । 
 

18/09/2018

Leave a Reply

Your email address will not be published. Required fields are marked *

Comments