Bikash Khabar
ଭୁବନେଶ୍ୱରରେ ଖୋଲିଲା ଟ୍ରାଇବସ ଇଣ୍ଡିଆ ଆଉଟଲେଟ, ମିଳିବ ସାରା ଦେଶର ଜନଜାତି ବ୍ୟବହୃତ ସାମଗ୍ରୀ

ଭୁବନେଶ୍ୱର ସତ୍ୟନଗର ନିକଟରେ ଟ୍ରାଇବସ ଇଣ୍ଡିଆର ନୁଆ ଆଉଟଲେଟ ଖୋଲିଛି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏହାକୁ ଲୋକାର୍ପିତ କରି ଏହା ସମଗ୍ର ଉତ୍ତରପୂର୍ବ ରାଜ୍ୟର ଜନଜାତି ସାମଗ୍ରୀ କ୍ଷେତ୍ରରେ ଏକ ମେଗା ସୋ ରୁମ ହେବ ବୋଲି ସୂଚାଇଥିଲେ । ଏହି ଆଉଟଲେଟରେ ପାରମ୍ପରିକ ଜନଜାତି ହସ୍ତକଳା, ସାର୍ଟ କୁର୍ତ୍ତା, କୁର୍ତ୍ତି, ହସ୍ତତନ୍ତ, ବିଭିନ୍ନ ଘର କରଣା, ଅଳଙ୍କାର, ଘର ସାଜସଜ୍ଜା ସାମଗ୍ରୀମାନ ବିକ୍ରୀ ପାଇଁ ସୁବ୍ୟବସ୍ଥା ରହିଛି । 
ବର୍ତ୍ତମାନ ଟ୍ରାଇଫେଡ଼୍ ସମଗ୍ର ଦେଶରେ ୪୨ଟି ନିଜସ୍ୱ ଆଉଟଲେଟ, ୩୩ଟି ଏଜେଣ୍ଟ ଭିତ୍ତିକ କନସାଇନମେଣ୍ଟ ଆଉଟଲେଟ ଏବଂ ୧୪ଟି ଫ୍ରାଂଚାଇଜ ଭିତ୍ତିକ ଆଉଟଲେଟ ଖୋଲିଛି । ଏହା ଜନଜାତି ଉତ୍ପାଦକମାନଙ୍କ ଜୀବିକା ସୃଷ୍ଟି କ୍ଷେତ୍ରରେ ସହାୟକ ହୋଇପାରିଛି । ଚଳିତ ଆର୍ଥିକ ବର୍ଷରେ ଏହି ଆଉଟଲେଟ ଗୁଡ଼ିକ ଜରିଆରେ ୫୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ରହିଛି ।
ବର୍ତ୍ତମାନ ହାଟବଜାର ଭିତ୍ତିଭୂମି ସଜାଡ଼ିବା, ଆଦିବାସୀଙ୍କ ଠାରୁ ଉତ୍ପାଦ କ୍ରୟର ବ୍ୟାପକ ବ୍ୟବସ୍ଥା କରାଇବା, ଗୋଦାମ ଗୃହର ବିକାଶ କରାଯିବା ପ୍ରୟାସ ନିଆଯାଉଛି । ଏହା ଫଳପ୍ରଦ ହେଲେ ଆଦିବାସୀମାନଙ୍କ ରୋଜଗାର ବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ଜୁଏଲ ଓରାମ ସୂଚାଇଥିଲେ । 
 

16/09/2018

Leave a Reply

Your email address will not be published. Required fields are marked *

Comments