Bikash Khabar
ଦେଶର ଦୁଇ ଚର୍ଚ୍ଚିତ ଯମଜଙ୍କ ଗାଁ : ଯେଉଁଠି ଘରେ ଘରେ ଅଛନ୍ତି ରାମ-ଶ୍ୟାମ, ସୀତା ଆଉ ଗୀତା

ନୂଆଦିଲ୍ଲୀ, ମେ ୧୦ :  ଉତ୍ତରପ୍ରଦେଶ ଏବଂ କେରଳର ଦୁଇଟି ଗାଁ ଏବେ ଚର୍ଚ୍ଚାରେ । ଚର୍ଚ୍ଚା କେଉଁ ଉଭାବକ ବା ପ୍ରତିଷ୍ଠା ପାଇଁ ନୁହେଁ, ବରଂ ଗାଁରେ ଜନ୍ମ ହେଉଥିବା ସଂଖ୍ୟାଧିକ ଯମଜ ଶିଶୁଙ୍କୁ ନେଇ ହେଉଛି । ଏତେ ସଂଖ୍ୟକ ଯମଜ ଶିଶୁଙ୍କ ଜନ୍ମକୁ ନେଇ ରହସ୍ୟରେ ରହିଛି ଏହି ଦୁଇ ଗାଁ । ଉତ୍ତରପ୍ରଦେଶ ‘ଉମରୀ’ରେ ଗୃହପାଳିତ ପଶୁ ମଧ୍ୟ ଯମଜ ଶାବକ ପ୍ରସବ କରାଉଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଏହା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ ।

କେରଳର ମଲପୁରମ ଏବଂ ଉତ୍ତରପ୍ରଦେଶର ଉମରୀ ଗାଁ କୁ ନେଇ ଚିକିତ୍ସା ବିଜ୍ଞାନୀମାନେ ବି ଚିନ୍ତାରେ । ଘରେ ଘରେ ରାମ-ଶ୍ୟାମ, ସୀତା-ଗୀତା, ଲବ-କୁଶ ଜନ୍ମ ହେବାରେ ଲାଗିଛନ୍ତି । ଏହା ଜେନେଟିକ୍ ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ତାର ରହସ୍ୟ ଅସମାହିତ ରହିଛି । କେରଳର କୋଡ଼ିହ୍ନି ଗାଁରେ ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ୪୨ ଯମଜ ଶିଶୁ ଜନ୍ମ ହୋଇଛନ୍ତି । ସାରା ବିଶ୍ୱରେ ପ୍ରତି ହଜାରେ ଶିଶୁରେ ୬ ଯମଜ ଶିଶୁ  ଜନ୍ମ ହୋଇଥିବାବେଳେ ଏହି ଗାଁରେ ସଂଖ୍ୟା ୭ ଗୁଣା ରହିଛି । ଭାରତ, ଜର୍ମାନୀ ଏବଂ ବ୍ରିଟେନର ଗବେଷକମାନେ ଏହି ଗାଁରେ ଗବେଷଣା ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ଆହ୍ଲାବାଦର ଉମରୀ ଗାଁରେ ପଚାଶ ଦଶକ ପରଠାରୁ ଅଦ୍ୟାବଧି ୧୦୦ ଯୋଡ଼ା ଯମଜ ଶିଶୁ ଜନ୍ମ ଲାଭ କରିସାରିଲେଣି ।

10/05/2018

Leave a Reply

Your email address will not be published. Required fields are marked *

Comments