Bikash Khabar
ହଜାରେ ପ୍ରଜାତିର ଦେଶୀ ବିହନ ସାଇତି ରଖିଛନ୍ତି ଦୁଇ ଗ୍ରାମୀଣ ଚାଷୀ

କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଦୁଇ ଜଣ ଚାଷୀ ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଛନ୍ତି । ସଙ୍କର ଜାତୀୟ ଧାନର ପ୍ରାଥମିକତା ବଢୁଥିବାବେଳେ ଏବଂ ଗୋଟିଏ ପରେ ଗୋଟିଏ ପ୍ରଜାତିର ଦେଶୀ ବିହନ ବିଲୁପ୍ତି ହେଉଥିବା ବେଳେ ଏହି ଦୁଇ ଚାଷୀ ଏକ ହଜାରରୁ ଅଧିକ ପ୍ରଜାତିର ଦେଶୀ ଧାନ ବିହନର ସଂରକ୍ଷଣ କରି ପ୍ରଶଂସାର ପାତ୍ର ହୋଇଛନ୍ତି ।

ବର ଗୌଡ଼ା ନାମକ ଜଣେ ଚାଷୀ ନିଜ ଗାଁ ଶିବାହାଲିରେ ଦୁଇଶହ ଜଣ ପ୍ରଜାତିର ଦେଶୀ ବିହନର ସଂଗ୍ରହାଳୟ ଖୋଲିଥିବାବେଳେ ଘାନି ଖାନ୍ ନାମକ ଆଉ ଜଣେ ଚାଷୀ ନଅ ଶହ ଷାଠିଏ ପ୍ରଜାତିର ବିରଳ ଧାନ ବିହନ ସାଇତି ରଖିପାରିଛନ୍ତି । ଘାନି ଖାନ କେବଳ ବିହନ ସଂରକ୍ଷଣ କରି ପ୍ରଦର୍ଶିତ କରୁନାହାନ୍ତି ବରଂ ନିଜର ପ୍ରଦର୍ଶନୀ କକ୍ଷ ନିକଟରେ ପନ୍ଦର ଏକର ବିଶିଷ୍ଟ ଚାଷ ଜମିରେ ସମ୍ପୂର୍ଣ୍ଣ ଜୈବିକ ଭାବେ ଫଳାଉଛନ୍ତି ଜାତି ଜାତିକା ଦେଶୀ ବିହନର ଫସଲ ।
ଏହି ଦୁଇ ଚାଷୀ ବର ଗୌଡ଼ା ଓ ଘାନି ଖାନ କର୍ଣ୍ଣାଟକର ଚାଷୀମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି । ଏଠାରୁ ବିହନ ସଂଗ୍ରହ କରି ପ୍ରାୟ ସାତ ହଜାର ଚାଷୀ ଅଠର ଶହ ଏକର ଜମିରେ ଧାନ ଚାଷ କରୁଛନ୍ତି । ସେଉ ଆୱାର ରାଇସ ନାମକ ଅଭିଯାନ ମାଧ୍ୟମରେ ଚାଷୀମାନଙ୍କୁ ଏମାନେ ପାରମ୍ପରିକ ଦେଶୀ ଚାଷର ମହତ୍ତ୍ୱ ବାବଦରେ ସଚେତନତା କରାଉଛନ୍ତି । 
 

16/11/2018

Leave a Reply

Your email address will not be published. Required fields are marked *

Comments