Bikash Khabar
ରାଜଧାନୀରେ ସ୍ଥାପିତ ହେବ ଦୁଇଟି ସ୍ୱତନ୍ତ୍ର ଗ୍ୟାସ ଚୁଲ୍ଲା ,ପଶୁଙ୍କୁ ସତ୍କାର କରିବ ବିଏମ୍‌ସି

ଏଣିକି ରାଜଧାନୀର ରାସ୍ତାଘାଟ ନାଳ ନର୍ଦ୍ଦମାରେ ଆଉ ପଶୁପକ୍ଷୀଙ୍କ ମୃତଦେହ ପଡ଼ି ରହିବ ନାହିଁ। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପଶୁପକ୍ଷୀଙ୍କ ଶବଗୁଡ଼ିକୁ ପୋଡ଼ିବାକୁ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ବିଏମ୍ସି ଗାଡ଼କଣସ୍ଥିତ କଂସେଇଖାନା ନିକଟରେ ଦୁଇଟି ସ୍ବତନ୍ତ୍ର ଗ୍ୟାସ୍ଚୁଲା ବସାଇବ ବୋଲି ନିଷ୍ପତ୍ତି ନେଇସାରିଛି। ଏଥିପାଇଁ ରିକ୍ୟୁଏଷ୍ଟ ଫର୍ ପ୍ରପୋଜାଲ୍‌(ଆର୍ଏଫ୍ପି) ଆହ୍ବାନ କରାଯାଇଛି। ତେବେ ମହାମାରୀ କରୋନା ପାଇଁ ଟେଣ୍ଡର ପ୍ରକ୍ରିୟା ବିଳମ୍ବିତ ହେଉଥିଲେ ହେଁ ଖୁବ୍ଶୀଘ୍ର ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ରାଜଧାନୀରେ ମଲା କୁକୁର ମଲା ଗାଈଗୋରୁ ରାସ୍ତାରେ ପଡ଼ି ରହିବା ଏକ ସାଧାରଣ ଘଟଣା। ରାସ୍ତାଘାଟରେ ପଡ଼ିଥିବା ଜୀବଜନ୍ତୁଙ୍କ ମୃତଦେହ ଉଠାଇବା ପାଇଁ ପ୍ରତି ମାସରେ ୪୦ରୁ ୫୦ ଫୋନ୍ବିଏମ୍ସି ଟୋଲ ଫ୍ରିନମ୍ବରକୁ ଆସୁଛି। ବେଳେବେଳେ ବିଏମ୍ସି କର୍ମଚାରୀମାନେ ମୃତଦେହଗୁଡ଼ିକୁ ଉଠାଇ ଜନବସତି ବାହାରେ ଫିଙ୍ଗି ଦିଅନ୍ତି। କିନ୍ତୁ ଅଧିକାଂଶ ସମୟରେ ମୃତଦେହଗୁଡ଼ିକ ପଚିଶଢ଼ି ପ୍ରବଳ ଦୁର୍ଗନ୍ଧ ହେବା ଯାଏ କଥା ଯାଏ ସିନା, କିନ୍ତୁ କେହି ଉଠାନ୍ତି ନାହିଁ। ସଫେଇ କର୍ମଚାରୀ ମଢ଼ ଉଠାଇବା ସେମାନଙ୍କ କାମ ନୁହେଁ କହି କାନ୍ଧ ଖସାଇ ଦିଅନ୍ତି। ସେହିଭଳି ମଲା ପଶୁପକ୍ଷୀଙ୍କୁ ଗାତ ଖୋଳି ପୋତିବା ବିଏମ୍ସି କର୍ମଚାରୀମାନଙ୍କ ପାଇଁ କଷ୍ଟକର ହେଉଥିବାରୁ ସେମାନେ ଡ୍ରେନ୍କଡ଼ରେ ବା ଖୋଲା ସ୍ଥାନରେ ଫୋପାଡ଼ି ଦିଅନ୍ତି। ଫଳରେ ଲୋକମାନେ ଦୁର୍ଗନ୍ଧମୟ ପରିବେଶରେ ରହିବାକ ବାଧ୍ୟ ହୋଇଥାନ୍ତି। ତେଣୁ ବିଏମ୍ସି କର୍ତ୍ତୃପକ୍ଷ ରାଜଧାନୀରେ ମରୁଥିବା ସମସ୍ତ ପଶୁପକ୍ଷୀଙ୍କୁ ପୋଡ଼ିବା ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ରାସ୍ତାଘାଟରେ ମରୁଥିବା ବୁଲା ଜୀବଜନ୍ତୁ ହୁଅନ୍ତୁ କି ଲୋକଙ୍କ ଘରେ ମରୁଥିବା ଗୃହପାଳିତ ପଶୁ, ଏଣିକି ସବୁ ମଲା ପଶୁପକ୍ଷୀଙ୍କୁ ପୋଡ଼ାଯିବ।

07/08/2020

Leave a Reply

Your email address will not be published. Required fields are marked *

Comments