Bikash Khabar
ପଶ୍ଚିମବଙ୍ଗ, ଶାହାନାଇ ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ହେଲା ଦୁଇଟି ଗଛର ନିଆରା ବାହାଘର

ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଠାରୁ ୧୫ କିମି ଦୂର ସିଡ଼େପୁରରେ ବୁଧବାର ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ଏଠାରେ ଶାହାନାଇ ବାଜିଛି ଏବଂ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଦୁଇ ନାବାଳକଙ୍କ ବାହାଘର ହୋଇଛି, କିନ୍ତୁ କେହି ବାଧା ଦେଇନାହାନ୍ତି । ବରଂ ୨୦୦୦ ଅତିଥି ଖୁସିରେ ନାଚି ଉଠିଛନ୍ତି । ଆୟୋଜକଙ୍କୁ ସାବାସୀ ଜଣାଇଛନ୍ତି । ଆୟୋଜକ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଆଗାମୀ ଦିନରେ ବର ଓ କନ୍ୟାକୁ ଭଲ ଭାବେ ଦେଖାରଖା କରିବେ ।

ବିଗତ ୧୨ ବର୍ଷ ହେଲା ପ୍ରଣୟ ନିଜ ଘର ଛାଡ଼ି ନାହିଁ । ଏବଂ ପ୍ରଣୟର ଜନ୍ମର ଦୁଇ ବର୍ଷ ପରେ ଦେବରାନୀ ମଧ୍ୟ ତାହାର ସାଥ୍ ଦେବାକୁ ଲାଗିଲା । ପ୍ରକୃତରେ ପ୍ରଣୟ ଏବଂ ଦେବରାନୀ ଦୁଇ ଜଣ ହେଉଛନ୍ତି ଗଛ । ଏବଂ ଖୁବ୍ ପାଖାପାଖି ବଢିଛନ୍ତି । ପ୍ରଣୟ ଓ ଦେବରାନୀଙ୍କୁ ପାଳି ପୋଷି ଆସିଥିବା ସୋମା କହନ୍ତି ପ୍ରଣୟ ଏକ ବରଗଛ ଓ ଦେବରାନୀ ଏକ ପିପ୍ପଳ ଗଛ । ଗଛ ଦୁଇଟି ପାଖାପାଖି ବହୁତ ଭଲରେ ବଢୁଛନ୍ତି । ସୀମା ଏହି ଗଛ ଦୁଇଟିକୁ ବର କନ୍ୟା ବେଶରେ ସଜାଇ ବାହାଘର କରିଛନ୍ତି ।

21/03/2019

Leave a Reply

Your email address will not be published. Required fields are marked *

Comments