Bikash Khabar
ବିହାରର ଏହି ଦୁଇ ଯୁବକ ଚାକିରୀ ଛାଡ଼ି ଆରମ୍ଭ କଲେ ଚାଷ, ଚାଷୀଙ୍କୁ ମିଳିଗଲା ରୋଜଗାର

  ଧୀରେନ୍ଦ୍ର ଏବଂ ଆଦିତ୍ୟଙ୍କ ମଧ୍ୟରେ ଥିଲା ବନ୍ଧୁତା । ଏବେ ବିଗତ ୨ବର୍ଷ ଧରି ଦୁହେଁ ପାଲଟି ଯାଇଛନ୍ତି ବ୍ୟବସାୟିକ ଅଂଶୀଦାର । ମ୍ୟାନେଜମେଣ୍ଟ ଓ ଆଇନ ଶିକ୍ଷା ପରେ ଧୀରେନ୍ଦ୍ର ଏବଂ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଏବଂ ମାଇକ୍ରୋବାଇଓଲୋଜି ପରେ ଆଦିତ୍ୟ ପ୍ରବାସୀ ଭାରତୀୟ ଭାବେ ନିଜ ନିଜ କ୍ଷେତ୍ରରେ ନିୟୋଜିତ ଥିଲେ । ଉଭୟେ ମତ ବିନିମୟ କରି ଚାକିରି ଛାଡ଼ିଲେ ଓ ନିଜର ରୋଜଗାର ସହ ଚାଷୀଙ୍କୁ ଆତ୍ମ ନିର୍ଭରଶୀଳତାର ଶିକ୍ଷା ଦେବା ପାଇଁ ଆରମ୍ଭ କଲେ ଆଧୁନିକ କୃଷି ।

ବିହାରର ସିବାନା ଜିଲ୍ଲାର ବାସିନ୍ଦା ଧୀରେନ୍ଦ୍ର ଓ ଆଦିତ୍ୟ ଦୁଇ ବନ୍ଧୁ । ସେମାନେ ଚାକିରୀ ଛାଡ଼ି ଚାଷ କରିବା ପାଇଁ ଗାଁକୁ ଫେରିବା ପରେ ନୁଆଧାରା ଯୋଡ଼ି ହେଲା । ଏକ ଏକର ଜମିରେ ପଲି ହାଉସ କରି ଆରମ୍ଭ କଲେ ଟମାଟୋ ଆଉ ସିମଲା ଲଙ୍କା । ପିପରା ଗାଁରେ ଏହି ପଲି ହାଉସ ଅନେକ ଚାଷୀଙ୍କ ପାଇଁ ପାଲଟିଥିଲା ମୁକ୍ତାକାଶ ପ୍ରଶିକ୍ଷଣ କେନ୍ଦ୍ର । କୃଷି ଶ୍ରମିକମାନେ ନିୟୋଜିତ ହେଲେ । ପଲିହାଉସରେ ତିନୋଟି ର୍ୟାକ କରି ଛତୁଚାଷ କରାଗଲା । ଛତୁ ଚାଷରୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ସମ୍ଭବ ହେଲା । ଆଗକୁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପାଇଁ ଦୁଇ ବନ୍ଧୁ ପ୍ରୟାସ ଆରମ୍ଭ କରିଛନ୍ତି । 

03/09/2018

Leave a Reply

Your email address will not be published. Required fields are marked *

Comments