Bikash Khabar
ମୁଖ୍ୟମନ୍ତ୍ରୀଙ୍କ ୩୩ % ମହିଳା ସଂରକ୍ଷଣ ପ୍ର୍ରୟାସକୁ ୟୁଏନର ପ୍ରଶଂସା

ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସଂସ୍ଥା ପ୍ରଶଂସା କରିଛି । ସରକାରଙ୍କ ଏଭଳି ଉଦ୍ୟମକୁ ଜାତୀୟ ସ୍ତରରେ ଚର୍ଚ୍ଚା ମିଳିଛି ବୋଲି ଦର୍ଶାଇ ଭାରତରେ ଅବସ୍ଥାପିତ ଜାତିସଂଘ ଉପମୁଖ୍ୟ ପ୍ରତିନିଧି ନିଷ୍ଠା ସତ୍ୟମ ଏକ ପତ୍ର ଲେଖିଛନ୍ତି ।

ସଂସଦରେ ୧୦୮ତମ ସମ୍ବିଧାନ ସଂଶୋଧନ ନେଇ ବହୁ ଦିନରୁ ବିତର୍କ ଜାରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ପାଇଁ ଏଭଳି ଉଦ୍ୟମ ଯଥେଷ୍ଟ ସହାୟକ ହେବ ବୋଲି ୟୁଏନ ୱିମେନ ଆଶା ବ୍ୟକ୍ତି କରିବା ସହିତ ପୂର୍ଣ୍ଣ ସମର୍ଥନ ଜଣାଇଛି । ଦେଶର ସମୁଦାୟ ଜନସଂଖ୍ୟାର ଅଧା ଥିବା ମହିଳାମାନଙ୍କୁ ବିଧାନସଭାରେ ଓ ସଂସଦରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ନିରନ୍ତର ବିକାଶ ହୋଇପାରିବ ବୋଲି ନିଷ୍ଠା ସତ୍ୟମ କହିଛନ୍ତି ।
ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଛି ନବୀନ ଯାହା ଅନ୍ୟ ରାଜନୈତିକ ଦଳମାନଙ୍କୁ ପରାମର୍ଶ ଦେଉଥିଲେ ତାହା ପ୍ରଥମେ କରି ଦେଖାନ୍ତୁ ବୋଲି ରାଜ୍ୟର ମହିଳା ସଂଗଠନ ଗୁଡ଼ିକ କହିଛନ୍ତି । ବିଜେଡ଼ି ୧୯ ବର୍ଷ ହେଲା ରାଜ୍ୟରେ ଶାସନ କରୁଛି କିନ୍ତୁ ୩୩ ପ୍ରତିଶତ ଆସନରେ ଦଳ ମହିଳାମାନଙ୍କୁ କେବେ ବି ପ୍ରାର୍ଥି କରୁନାହିଁ । ଏବେ ନିଜେ ବିଜେଡ଼ି ସୁପ୍ରିମୋ ୪୯ଟି ବିଧାନସଭା ଆସନରେ ମହିଳାମାନଙ୍କୁ ବିଧାୟକ ପାଇଁ ପ୍ରାର୍ଥି ଦେଇ ଦେଶରେ ନୁଆ ପରମ୍ପରା ଆରମ୍ଭ କରିବାକୁ ରାଜ୍ୟର ମହିଳା ସଂଗଠନ ଗୁଡ଼ିକ ପକ୍ଷରୁ କୁହାଯାଇଛି ।

25/02/2019

Leave a Reply

Your email address will not be published. Required fields are marked *

Comments