Bikash Khabar
ୟୁନିସେଫ ରିପୋର୍ଟ : ପ୍ରତି ୩ରୁ ଜଣେ ସ୍କୁଲ ଛାତ୍ର ହିଂସାର ଶିକାର

ବିଦ୍ୟାଳୟ ପରିସରରେ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛି ୟୁନିସେଫ । ବିଶ୍ୱରେ ୧୩ରୁ ୧୫ ବର୍ଷ ବୟସର ୧୫ କୋଟି ଶିଶୁଙ୍କୁ ସେମାନଙ୍କ ସ୍କୁଲ ଭିତରେ ଓ ବାହାରେ ହିଂସାର ସାମ୍ନା କରିବାକୁ ପଡ଼ିଥିବା କହିଛି ସଂପୃକ୍ତ ସଂସ୍ଥା । ପ୍ରତି ୩ଜଣ ସ୍କୁଲ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କୁ ଅତ୍ୟାଚାରର ଶିକାର କରାଯାଇଛି । 
ବିଶ୍ୱରେ ଅନେକ ସ୍କୁଲ ରହିଛି ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦଣ୍ଡରୁ ମୁକ୍ତ କରାଯାଇପାରିନାହିଁ । ବିଶ୍ୱରେ ଏଭଳି ଦଣ୍ଡର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୨ କୋଟିରେ ପହଂଚିଥିବା ୟୁନିସେଫ ରିପୋର୍ଟରୁ ଜଣାପଡ଼ିଛି । ୨୦୧୭ରେ ଡ଼େମୋକ୍ରାଟିକ ରିପବ୍ଲିକ ଅଫ ଦି କଙ୍ଗୋର ବିଭିନ୍ନ ସ୍କୁଲରେ ୩୯୬ଟି ହିଂସାକାଣ୍ଡ ଘଟଣା ଘଟିଥିବାବେଳେ ଦକ୍ଷିଣ ସୁଦାନର ବିଭିନ୍ନ ସ୍କୁଲରେ ୨୬ ସିରିଆନ ଆରବ ରିପବ୍ଲିକରେ ୬୭ ଏବଂ ୟେଗେନରେ ୨୦ଟି ସ୍କୁଲରେ ହିଂସାର ଘଟଣା ସାମ୍ନାକୁ ଆସିଛି । 
 

08/09/2018

Leave a Reply

Your email address will not be published. Required fields are marked *

Comments