Bikash Khabar
ୟୁପିର ପ୍ରଥମ ସ୍ମାର୍ଟ ଗାଁ, ଦୁଇଜଣ ଯୁବକ ବଦଳାଇ ଦେଇଛନ୍ତି ଗାଁର ଚିତ୍ର

 ରାୟବରେଲି ଲାଲଗଞ୍ଜର ବାସିନ୍ଦା ଯୋଗେଶ ସାହୁ ଓ ତାଙ୍କର ବନ୍ଧୁ ରଜନୀଶ ବାଜପେୟୀ ଏକାଠି ସ୍ମାର୍ଟ ଗାଁ ନାମରେ ଏକ ମୋବାଇଲି ଆପ୍ ତିଆରି କରିଛନ୍ତି । ଏହି ଆପରୁ ଗ୍ରାମବାସୀମାନଙ୍କ ଦୈନନ୍ଦିନ ଆବଶ୍ୟକତା ହେଉଥିବା ସୂଚନା ମିଳିପାରୁଛି । ପୁରା ଗ୍ରାମବାସୀ ଇଣ୍ଟରନେଟର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ଲାଲଗଞ୍ଜ ତହସିଲ ଅନ୍ତର୍ଗତ ତୋଧକପୁର ଜନେ ସବୁଠୁ ପଛୁଆ ଅଂଚଳ ଭାବେ ପରିଚିତ ଥିଲା । କିନ୍ତୁ ଏବେ ସେହି ଗାଁରେ ରାସ୍ତା ପାଶ୍ୱର୍ ଆଲୋକୀକରଣ, ଚକାଚକ୍ ରୋଡ଼, ସିସିଟିିଭି କ୍ୟାମେରା ଓ ଦୁଇପାଖରେ ବର୍ଜ୍ୟ ପାଣିନାଳ ସାଙ୍ଗକୁ ଡଷ୍ଟବିନ୍ ପ୍ରାଥମିକ ସ୍କୁଲ ସବୁ କିଛି ବ୍ୟବସ୍ଥିତ ଢଙ୍ଗରେ ରହିଛି । ଗାଁରେ ୧୮ରୁ ୨୦ ଘଣ୍ଟା ବିଜୁଳିର ବ୍ୟବହାର ସାଙ୍ଗକୁ ପୁରା ଗାଁ ୱାଇଫାଇ ସଂଯୋଗୀକୃତ ହୋଇପାରିଛି । ଆଗାମୀ ଦୁଇବର୍ଷ ମଧ୍ୟରେ ୧୦ଟି ଏପରି ଗାଁକୁ ସ୍ମାର୍ଟ ଗାଁ ଭାବେ ଗଢି ତୋଳିବା ପାଇଁ ଯୋଗେଶ ଏବଂ ରଜନୀଶ ଯୋଜନା ପ୍ରସ୍ତୁତ କରିଛନ୍ତି । ସହରର ନାଗରିକ, ପ୍ରବାସୀ ଭାରତୀୟ ଏବଂ କର୍ପୋରେଟ ସଂସ୍ଥାମାନଙ୍କ ଠାରୁ ସହାୟତା ଆଣି ଗାଁକୁ ସ୍ମାର୍ଟ କରିବା ପାଇଁ ସେମାନେ ସଂକଳ୍ପିତ ଉଦ୍ୟମ ଚଲାଇ ରଖିଛନ୍ତି । ଗ୍ରାମବାସୀ  ଆଜି ଇଣ୍ଟରନେଟ ଜରିଆରେ ବିଶ୍ୱର ବିଭିନ୍ନ କୋଣ ସହିତ ସଂପର୍କ ରଖିବା ଓ ସୂଚନା ସଂଗ୍ରହ କରିବାରେ ସକ୍ଷମ ହେବା ଦିଗରେ ଏହି ଦୁଇ ବନ୍ଧୁଙ୍କ ସହଯୋଗ ନେଇଛନ୍ତି । 

09/07/2018

Leave a Reply

Your email address will not be published. Required fields are marked *

Comments