Bikash Khabar
ସରଳ ହେବ କେନ୍ଦ୍ରୀୟ ଲୋକ ସେବା ଆୟୋଗ ନିୟମ, ଉପକୃତ ହେବେ ପରୀକ୍ଷାର୍ଥି

ସିଭିଲ ସର୍ଭିସ ପରୀକ୍ଷାର୍ଥିଙ୍କ ପାଇଁ ଖୁସିଖବର । ଖୁବ୍ ଶିଘ୍ର କେନ୍ଦ୍ରୀୟ ଲୋକ ସେବା ଆୟୋଗର ନିୟମାବଳୀରେ ପରିବର୍ତ୍ତନ ହେବାକୁ ଯାଉଛି । ୟୁପିଏସସି ଓ ବିଭିନ୍ନ ରାଜ୍ୟର ପିଏନସି ଅଧ୍ୟକ୍ଷଙ୍କ ଦୁଇ ଦିନିଆ ସମ୍ମିଳନୀରେ ଏଭଳି ଏକ ପ୍ରସ୍ତାବ ଆଗତ ହୋଇଥିବା ଜଣାଯାଇଛି ।

ପ୍ରସ୍ତାବ ଅନୁସାରେ ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ପରେ କୌଣସି କାରଣରୁ ପରୀକ୍ଷା ଦେଇନଥିବା ପରୀକ୍ଷାର୍ଥିଙ୍କୁ ଗୋଟିଏ ସୁଯୋଗ ହରାଇବାକୁ ପଡ଼ୁଥିଲା । ଏବେ ଆଉ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିବନି । ସିଭିଲ ସର୍ଭିସର ଗୋଟିଏ ପରୀକ୍ଷାରୁ ସଫଳ ପ୍ରାର୍ଥିଙ୍କ ତାଲିକା ୟୁପିଏସସି ପ୍ରକାଶ କରିବ । ଏମାନଙ୍କୁ କେନ୍ଦ୍ରସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଅବସ୍ଥାପିତ କରାଯାଇପାରିବ । ପରୀକ୍ଷାର୍ଥିମାନେ ଏକାଧିକ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଉଥିବାରୁ ସେମାନଙ୍କୁ ପରୀକ୍ଷା କଷ୍ଟ ଓ ମାନସିକ ଚାପରୁ ମୁକ୍ତି କରିବାକୁ ଏହି ନୁଆ ନିୟମ ବାବଦରେ ଚିନ୍ତା କରାଯାଇଥିବା ୟୁପିଏସସି ପକ୍ଷରୁ କୁହାଯାଇଛି ।

06/02/2019

Leave a Reply

Your email address will not be published. Required fields are marked *

Comments