Bikash Khabar
ଉଜ୍ଜ୍ୱଳା ଦିଦି ସମାବେଶରେ କହିଲେ ଧର୍ମେନ୍ଦ୍ର, ୭ କୋଟି ଭଉଣୀଙ୍କ ଆଖିରୁ ଲୁହ ପୋଛିଛନ୍ତି ମୋଦି

ଉଜ୍ଜ୍ୱଳା ଯୋଜନାରେ ଦେଶରେ ୧୩  ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ଜୀବନରେ କଷ୍ଟକୁ ଅଙ୍ଗେ ନିଭେଇ ବଡ଼ ହୋଇଥିବା ମୋଦି ଦେଶର ଗରିବ ମା ମାନଙ୍କର କଷ୍ଟ ବୁଝି ଗରିବ କଲ୍ୟାଣ ପାଇଁ ଉଜ୍ଜ୍ୱଳା ସମେତ ଆହୁରି ଅନେକ ଜନକଲ୍ୟାଣ ଯୋଜନା କରିଛନ୍ତି ବୋଲି ଶନିବାର ଭୁବନେଶ୍ୱର ଉଜ୍ଜ୍ୱଳା ଦିଦି ସମାବେଶରେ ଯୋଗଦାନ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେ ଦାରିଦ୍ର‌୍ୟତାର କଷ୍ଟ ବୁଝିଛି, ସେ ଗରିବ ମା’ର କଷ୍ଟକୁ ବୁଝିପାରେ । ମାର ଆଖିରୁ ଧୂଆଁର କଷ୍ଟକୁ ଅଙ୍ଗ ନିଭାଇ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ଦେଶର ୭କୋଟି ଭଉଣୀମାନଙ୍କ ଆଖିରୁ ଲୁହ ପୋଛି ଦେଇ ପାରିଛନ୍ତି ବୋଲି ପ୍ରଧାନ କହିଥିଲେ ।

ଶନିବାର ପୂର୍ବତଟ ରେଳବାଇ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ପରିସରରେ ଉଜ୍ଜ୍ୱଳା ଦିଦି ମାନଙ୍କୁ ଶପଥ ପାଠ କରାଇ ପ୍ରଧାନ କହିଲେ ଯେ ଅଦ୍ୟାବଧି ୪କୋଟି ଘରକୁ ବିଜୁଳି ସଂଯୋଗ ଦିଆଯାଇଛି । ୧କୋଟି ୪୦ ଲକ୍ଷ ଗରିବକୁ ପକ୍କା ଘର ଦିଆଯାଇଛି । ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ବାସ ଗୃହ ଯୋଗାଇବା ସରକାରଙ୍କ ଆଭିମୁଖ୍ୟ ବୋଲି ସେ କହିଥିଲେ ।
ସୂଚନା ଯୋଗ୍ୟ ଯେ ଉଜ୍ଜ୍ୱଳା ଯୋଜନା କ୍ରିୟାନ୍ୱୟନକୁ ଆହୁରି ସୁଦୃଢ କରିବା ପାଇଁ ଓଏମସି ମାନେ ଉଜ୍ଜ୍ୱଳା ଦିଦିର ପରିକଳ୍ପନା କରାଯାଇଛି । ଏବେ ରାଜ୍ୟରେ ୧୦ ହଜାର ଉଜ୍ଜ୍ୱଳା ଦିଦି ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପହଂଚାଇବା, ଉଜ୍ଜଳା ବ୍ୟବହାରର ଲାଭ ବୁଝାଇବା ଓ ଗ୍ୟାସ ବ୍ୟବହାର ଜନିତ ସମସ୍ୟାର ସମାଧାନ କରିବା ଦିଗରେ କାମ କରିବେ । ରାଜ୍ୟ ସରକାର ଉଜ୍ଜ୍ୱଳା ଉପଭୋକ୍ତାମାନେ ରିଫିଲ ବଦଳାଇ ନାହାନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଥିବା ସତ୍ୱେ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

24/02/2019

Leave a Reply

Your email address will not be published. Required fields are marked *

Comments