Bikash Khabar
ଉଜ୍ଜଳା କୁ ପୁରିଲା ୪ ବର୍ଷ ,ଲକ ଡାଉନ ବେଳେ ମା ମାନଙ୍କୁ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ବର୍ଷ ପୂର୍ତ୍ତି ଅବସରରେ ଏକ ହଜାରରୁ ଅଧିକ ଉଜ୍ଜଳା ହିତାଧିକାରୀ ଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ କଥା ହୋଇଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶା ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଅନ୍ୟ ରାଜ୍ୟର ମହିଳା ହିତାଧିକାରୀ ଏଥିରେ ସାମିଲ ହୋଇଥିଲେ। କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମାଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଆସିବା ଦ୍ବାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତନ ବର୍ତମାନର ଘଡିସନ୍ଧି ମୂହୁର୍ତରେ ଗ୍ୟାସ ଯୋଗାଣ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କଥା ହୋଇଥିଲେ। ଓଡିଶାର ଅନୁଗୁଳ ଜିଲ୍ଲାର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡାର ସୁହାନା ବିବି ଅନ୍ୟ ଉଜ୍ଜଳା ହିତାଧିକାରୀମାନେ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ଯେ ପୂର୍ବରୁ ସେମାନେ କାଠ ଜାଳି ଚୁଲାରେ ରୋଷେଇ କରୁଥିଲେ। ଫଳରେ ସେମାନଙ୍କୁ ହଇରାଣ ହେବାକୁ ପଡୁଥିଲା ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଘରକୁ ଗ୍ୟାସ ଆସିବା ପରେ ସେମାନଙ୍କ କଷ୍ଟ ଲାଘବ ହୋଇପାରିଛି। ସମୟ ବଞ୍ଚିବା ସହ ବଳକା ସମୟରେ ଅନେକ କାମ କରି ପାରୁଛନ୍ତି। ବିଶେଷତଃ କରୋନା ସମୟରେ ଘରେ ମାଗଣାରେ ଗ୍ୟାସ ପହଞ୍ଚୁଥିବାରୁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଗ୍ୟାସ ମନ୍ତ୍ରଣାଳୟ ଅଧିକାରୀ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

17/05/2020

Leave a Reply

Your email address will not be published. Required fields are marked *

Comments