Bikash Khabar
ଜାତିସଂଘ ରିପୋର୍ଟ : ବିଶ୍ୱରେ ବର୍ଷକୁ ଆତ୍ମହତ୍ୟା କରୁଛନ୍ତି ୮ ଲକ୍ଷ ଲୋକ

ବିଶ୍ୱରେ ପ୍ରତିବର୍ଷ ହାରାହାରି ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅଧିକାଂଶ ଆତ୍ମହତ୍ୟା ଘଟଣା ସ୍ୱଳ୍ପ ଓ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଘଟୁଛି । ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ନିମ୍ନ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ଅଧିକ ସଂଖ୍ୟକ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳୁଛି । ମୋଟ ଆତ୍ମହତ୍ୟା ସଂଖ୍ୟାର ପାଂଚ ଭାଗରୁ ଚାରି ଭାଗ ଆତ୍ମହତ୍ୟା ଘଟଣା ବିଶେଷ କରି ନିମ୍ନ ତଥା ମଧ୍ୟମ ଆୟକାରୀ ଦେଶ ଗୁଡ଼ିକରେ ଘଟୁଛି । ୨୦୧୬ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରାୟତଃ ୧୫ରୁ ୨୯ ବର୍ଷ ବୟସ୍କ ଯୁବପୀଢିଙ୍କ ମୃତ୍ୟୁର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଆତ୍ମହତ୍ୟା । 
ଯୁବାବର୍ଗଙ୍କ ମଧ୍ୟରେ ମାନସିକ ଚାପର କାରଣକୁ ନେଇ ଅଧ୍ୟୟନ ହେବା ଅପରିହାର୍ଯ୍ୟ ହୋଇପଡ଼ିଛି । ଯୁବାବର୍ଗଙ୍କୁ ସଚେତନତା କରାଇବା ସହ ସେମାନଙ୍କ ଆଖ ପାଖ ପରିବେଶରେ କାଉନସେଲିଂ ସେଣ୍ଟରମାନ କରାଯିବାର ଆବଶ୍ୟକତା ରହିଛି । ଦୃଢ ଆତ୍ମବିଶ୍ୱାସ ସୃଷ୍ଟିକାରୀ କାର୍ଯ୍ୟକ୍ରମରେ ସାମିଲ କରାଯିବା ଉଚିତ । ମାନସିକ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ସାଙ୍ଗକୁ ବ୍ୟାପକ କର୍ମ ନିୟୋଜନ ଭିତ୍ତିଭୂମି ଓ ଦକ୍ଷତା ସୃଷ୍ଟି ସଂଗଠନ ଗଢିବା ଉଚିତ । 
 

12/09/2018

Leave a Reply

Your email address will not be published. Required fields are marked *

Comments