Bikash Khabar
ଏସ୍‌ସିବିରେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ଗ୍ୟାସ୍ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କରୋନା ଭାଇରସ୍ମହାମାରୀରେ ଆକ୍ରାନ୍ତଙ୍କ ଲାଗି ପ୍ଲାଜମା ଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରେ ପହଂଚି ପ୍ଲାଜମା ଦାନ କରିଥିବା କଥା ନିଜେ ଟୁଇଟ୍ କରି ଜଣାଇଛନ୍ତି ପୂର୍ବରୁ  ପ୍ଲାଜମା ଦାନ କରିବା ନେଇ ସେ ଘୋଷଣା କରିଥିଲେ। କରୋନାରୁ ଆରୋଗ୍ୟ ହୋଇଥିବାରୁ ପ୍ଲାଜମା ଦାନ କରିଛନ୍ତି ଶ୍ରୀ ପ୍ରଧାନ ବୋଲି କହିଛନ୍ତି।ପ୍ଲାଜମା ଦାନ କରିବା ପରେ ସେ କହିଛନ୍ତି, ‘ପ୍ଲାଜମା ଦାନ କରିବା ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ କରୁଛି। କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କଲି। ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

04/10/2020

Leave a Reply

Your email address will not be published. Required fields are marked *

Comments