Bikash Khabar
ରାଇକିଆର ଅଭିନବ ଉଦ୍ୟମ, ଥିଲେ ଦିଅନ୍ତୁ, ନାହିଁ ତ ନିଅନ୍ତୁ

ଭୁବନେଶ୍ୱର, କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ପୂର୍ବରୁ ଦେଖିବାକୁ ମିଳିଥିବା ଗୋଟାଏ ଚମକ୍ରାର ପରିକଳ୍ପନା ଏବେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ରାଇକିଆ ସହରର ରାସ୍ତାକଡ଼ରେ ଶୁକ୍ରବାର ଏହି ଅଭିନବ କାର୍ଯ୍ୟକ୍ରମ ‘ଥିଲେ ଦିଅନ୍ତୁ ନାହିଁ ତ ନେଇ ଯାଆନ୍ତୁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବ୍ୟାନରରେ ସାଧାରଣ ଜନଗଣଙ୍କୁ ନିଜର ବିଭିନ୍ନ ପ୍ରକାର ବଳକା ଅବ୍ୟବହୃତ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀମାନ ଦାନ କରିବା ପାଇଁ ନିବେଦନ କରାଯାଇଥିଲା । ଲୋକଙ୍କ ଠାରୁ ଦାନ ସୂତ୍ରରେ ମିଳିଥିବା ପୋଷାକ ପତ୍ରକୁ ଆବଶ୍ୟକ କରୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ରଖାଯାଇ ନଥିଲେ ନେଇଯିବାକୁ କୁହାଯାଇଥିଲା । ରାଇକିଆ ପାଇଁ ଏପରି କାର୍ଯ୍ୟକ୍ରମ ନୁଆ । ଯୁବାବର୍ଗଙ୍କୁ ଏହା ନୁଆ ଉତ୍ସାହ ଓ ଉଦ୍ଦୀପନା ଯୋଗାଇଥିଲା । ଏହାକୁ ନେଇ ସହରରେ ଦିନ ସାରା ଚର୍ଚ୍ଚା ହୋଇଥିଲା । କନ୍ଧମାଳ ଶୀତରେ ଥରୁଛି । ଅଭାବୀ ତଥା ବୟସ୍କ ନାଗରିକମାନଙ୍କ ପାଇଁ ପୋଷାକ ଯୋଗାଇଦେବାର ଏହି କାର୍ଯ୍ୟକ୍ରମ ବେଶ ଲାଭଦାୟକ ହୋଇଥିବା କୁହାଯାଉଛି । ଦେଶରେ ଆନନ୍ଦ ଓ ମାନବସେବାର ଏହି ନୁଆଧାରାକୁ ରାଇକିଆବାସୀ ସ୍ୱାଗତ କରିଛନ୍ତି । 

 

08/12/2018

Leave a Reply

Your email address will not be published. Required fields are marked *

Comments