Bikash Khabar
ପଅସ ଗାଁର ନିଆରା ପରମ୍ପରା, ଘଣ୍ଟ ବାଜିଲେ ସାରା ଗାଁ ଏକାଠି

ଗାଁ ମୁଣ୍ଡରେ ଝୁଲୁଛି ଏକ ଘଣ୍ଟ । ଏହି ଘଣ୍ଟର ଶବ୍ଦକୁ କାନ ଡ଼େରି ଥାଆନ୍ତି ଗ୍ରାମବାସୀ । ଘଣ୍ଟ କେତେ ଥର ବାଜିଲା ଜାଣି ଏଥିରୁ କାରଣ ବିଷୟରେ ଅବଗତ ହୋଇଥାଆନ୍ତି ସାରା ଗାଁ । ଥରେ ଘଣ୍ଟ ବାଜିଲେ କାହାର ମୃତ୍ୟୁ ହୋଇଥିବା ସମ୍ବାଦ ଜାଣନ୍ତି । ୨ ଥର ବାଜିଲେ ଜରୁରୀ ସଭା ପାଇଁ ଡ଼ାକରା । ଏପରି ଘଣ୍ଟ ଜରିଆରେ ସୂଚନା ସେବା ଏହି ଗାଁର ଏକ ଭିନ୍ନ ପରମ୍ପରା ବୋଲି କହନ୍ତି ଗାଁ ମୁଖିଆ କୁମର ସୁନାମାଝୀ । ଘଣ୍ଟା ବାଜିବା ମାତ୍ରେ ଲୋକେ ଗୋଟିଏ ଯାଗାରେ ତୁରନ୍ତ ଏକାଠି ହୁଅନ୍ତି । ତା ପରେ ଯାହା କରିବା କଥା ନିଷ୍ପତ୍ତି ନିଆଯାଇଥାଏ ।

ଏମିତି ନିଆରା ପରମ୍ପରାର ଏହି ଗାଁ ହେଉଛି କନ୍ଧମାଳ ଜିଲ୍ଲାର ପଅସ ଗାଁ । ଦାରିଙ୍ଗିବାଡ଼ି ବ୍ଲକ ତାଜୁଙ୍ଗିଆ ପଂଚାୟତର ଏହି ଗାଁରେ ବିଜୁଳି ନାହିଁ । ୩ଟି ପାହାଡ଼ ପାର ହେଲେ ଯାଇ ଲୋକେ ପଂଚାୟତର ମୁହଁ ଦେଖୁଛନ୍ତି । ସଡ଼କ, ବିଜୁଳି ପାଣି ପାଇଁ ସଂଘର୍ଷ କରୁଥିବା ପଅସ ଗ୍ରାମର ନିଆରା ପରମ୍ପରା ଲୋକଙ୍କୁ କିନ୍ତୁ ଏକାଠି କରି ରଖିଛି ।

25/02/2019

Leave a Reply

Your email address will not be published. Required fields are marked *

Comments