Bikash Khabar
ଏଲଇଡ଼ି ଆଲୁଅରେ ଝଲସିବ ଓଡ଼ିଶାର ସବୁ ସହରାଂଚଳ

ଓଡ଼ିଶାର ସବୁ ସହରରେ ପାରମ୍ପରିକ ସଡ଼କ ଆଲୋକୀକରଣ ବ୍ୟବସ୍ଥାର ପରିବର୍ତ୍ତନ ହେବ । ପୁରୁଣା ସଡ଼କର ଭଙ୍ଗା ଦଦରା  ବତୀଖୁଣ୍ଟ, ଆର୍ଥିଂ ଓ ସୁଇଚ୍ ବନ୍ଦ ହେଉନଥିବା ଭଳି ଅନ୍ୟାନ୍ୟ ପୁରୁଣା ସମସ୍ୟାର ସମାଧାନ ହେବ । ଆଗାମୀ ୫ ମାସ ମଧ୍ୟରେ ଉଚ୍ଚ ଶକ୍ତି ସଂପନ୍ନ ଏଲଇଡ଼ି ଆଲୁଅରେ ଝଲସିବ ସହର । ଏ ବାବଦରେ ୬୭୪.୬୩ କୋଟିର ବ୍ୟୟ ବରାଦ କରାଯାଇଛି । ଏହା କାର୍ଯ୍ୟକାରୀ ହେଲେ ସହରାଂଚଳ ପଥପାଶ୍ୱର୍ ଉଜ୍ଜଳ ଆଲୋକ ଦୃଷ୍ଟିରୁ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ।

ରାଜ୍ୟର ସହରାଂଚଳ ଗୁଡ଼ିକରେ ପୁରୁଣା ଲାଇଟ୍ ବ୍ୟବସ୍ଥା ବଦଳାଇ ଏଲଇଡ଼ି ଲାଇଟ ଲଗାଯିବ ବୋଲି ମୁଖ୍ୟ ସଚିବ ଆଦିତ୍ୟ ପାଢୀ କହିଛନ୍ତି । ଏହା ସହ ଯେଉଁଠି ବତୀଖୁଣ୍ଟ ଖରାପ ହୋଇପଡ଼ିଛି, ଆର୍ଥିଂ କାମ କରୁନି, ଅନ୍ୟାନ୍ୟ ଅସୁବିଧା ରହିଛି ସେଗୁଡ଼ିକୁ ପୂର୍ଣ୍ଣମାତ୍ରାରେ ବଦଳାଯିବ । ତେବେ ଏସବୁ କାର୍ଯ୍ୟର ରକ୍ଷଣାବେକ୍ଷଣ ନିମନ୍ତେ ନଗର ଉନ୍ନୟନ ବିଭାଗର ଆବଶ୍ୟକ ସଂଖ୍ୟକ ବୈଦ୍ୟୁତିକ ଇଞ୍ଜିନିୟରିଂ କର୍ମଚାରୀଙ୍କର ଘୋର ଅଭାବ ଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଇଇଏସଏଲ ନାମକ ୭ବର୍ଷ ପାଇଁ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ ।
ରାଜ୍ୟରେ ୪୭ଟି ପୌରପାଳିକା, ୬୨ଟି ଏନଏସି ଓ ୬ଟି ମହାନଗର ନିଗମ ପଥ ରହିଛି । ଏହି ଯୋଜନାରେ ଏସବୁ ଅଂଚଳରେ ଉଜ୍ଜଳ ଆଲୋକ ଜଳିବ । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୧୭ରେ ଏନେଇ ଇଇଏସଏଲ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।
 

10/11/2018

Leave a Reply

Your email address will not be published. Required fields are marked *

Comments