Bikash Khabar
ଦେଶର ପ୍ରଥମ ଘଟଣା, ପ୍ରତିରୋପିତ ଗର୍ଭାଶୟରେ ମହିଳା କଲେ ଶିଶୁର ଜନ୍ମ

ମହାରାଷ୍ଟ୍ର ପୁନେରେ ଥିବା ଗେଲେକ୍ସି କେୟାର ହସପିଟାଲରେ ବଡ଼ୋଦରାର ଜଣେ ମହିଳା ନିଜ ମା’ଙ୍କ ଗର୍ଭାଶୟ ଜରିଆରେ ଏକ ଶିଶୁ ଜନ୍ମ ଦେଇଛନ୍ତି । ସୂଚନା ଅନୁଯାୟୀ ୧୭ ମାସ ପୂର୍ବରୁ ମିନାକ୍ଷୀ ନାମ୍ନୀ ଏହି ମହିଳାଙ୍କ ଗର୍ଭାଶୟ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ଡ଼ାକ୍ତରଙ୍କ କହିବା କଥା ଏଭଳି ଘଟଣା ଦେଶରେ ପ୍ରଥମ । ୩୨ ସପ୍ତାହର ଗର୍ଭାବସ୍ଥା ପରେ ଜରୁରୀ ଅସ୍ତ୍ରୋପଚାର କରାଯାଇ ସନ୍ତାନ ପ୍ରସବ କରାଯାଇଛି । ଏବେ ମା ଓ ଶିଶୁ ଉଭୟେ ସୁସ୍ଥ ଅଛନ୍ତି । ମହିଳାଙ୍କ ଗର୍ଭାଶୟ ତାଙ୍କର ମା ଦାନ କରିଥିଲେ ।
ଜନ୍ମ ସମୟରେ  ଶିଶୁର ଓଜନ ୧୪୫୦ ଗ୍ରାମ ରହିଛି । ଏହି ଶିଶୁ ଏବେ ସାରା ଦେଶକୁ ନିଜ ଜନ୍ମର ଚମତ୍କାର କାହାଣୀ ଶୁଣାଇବ ବୋଲି ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡ଼ାକ୍ତର ଶୈଳେଶ ପୁଣ୍ଟାମବେକର କହିଛନ୍ତି ।
ମିନାକ୍ଷୀଙ୍କର ୫ମ ଥର ପାଇଁ ଗର୍ଭପାତ ହୋଇଯାଇଥିଲା । ବହୁତ କିଛି ଜଟିଳତାକୁ ସାମ୍ନା କରିବାକୁ ପଡ଼ିଥିଲା । ଗର୍ଭାଶୟ ନଥିବା ମହିଳାମାନେ ଏଣିିିିକି ସନ୍ତାନ ଜନ୍ମ କରିପାରିବେ ବୋଲି ଏହି ଅସ୍ତ୍ରୋପଚାରରୁ ସ୍ପଷ୍ଟ ହୋଇଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି । 
 

20/10/2018

Leave a Reply

Your email address will not be published. Required fields are marked *

Comments