Bikash Khabar
ଗ୍ରାମାଞ୍ଚଳ ପୋଲିସ ହାତରେ ଯାନବାହାନ ଯାଞ୍ଚ କ୍ଷମତା

 ସଡ଼କ ଦୁର୍ଘଟଣା କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ତଥାପି ୨୦୧୬ ତୁଳନାରେ ୨୦୧୭ରେ ୭.୩ ପ୍ରତିଶତ ବଢିଛି ଦୁର୍ଘଟଣା । ସୁନ୍ଦରଗଡ଼, କେନ୍ଦୁଝର, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ୱର, ଯାଜପୁର, କୋରାପୁଟ, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲାରେ ସଡ଼କ ଦୁର୍ଘଟଣା ବଢୁଥିବା ନେଇ ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ସଡ଼କ ସୁରକ୍ଷା ବୈଠକରେ ଉଦବେଗ ପ୍ରକାଶ ପାଇଛି ।

ହେଲମେଟ ବ୍ୟବହାର ନକରିବା, ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ସତର୍କ ସୂଚନା ଫଳକ ଲଗାନଯିବା ଆଦି କାରଣରୁ ଦୁର୍ଘଟଣା ବଢୁଥିବା କୁହାଯାଇଥିଲା । ନିଶାଶକ୍ତ ଅବସ୍ଥାରେ ଗାଡ଼ିଚାଳନା, ଦୃତଗତି, ସଡ଼କ ଡ଼ିଜାଇନିଂରେ ତ୍ରୃଟି ଓ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟୁଥିବା ନେଇ ଆଲୋଚନା ହୋଇଥିଲା । ଗ୍ରାମଂଚଳରେ ପୋଲିସକୁ ଯାନ ଗୁଡ଼ିକର ଯାଂଚ ଓ ଜରିମାନା ଆଦାୟ କ୍ଷମତା ପ୍ରଦାନ କରାଯାଇଛି । ୨୦୧୮ ମେ ସୁଦ୍ଧା ବିନା ହେଲମେଟରେ ଗାଡ଼ି ଚଳାଉଥିବା ୧.୧୦ ଲକ୍ଷ ଲୋକ ଧରାପଡ଼ି ଜୋରିମାନା ଦେଇଛନ୍ତି । 

12/07/2018

Leave a Reply

Your email address will not be published. Required fields are marked *

Comments